ପୂର୍ବତନ ଲୋକସଭା ବାଚସ୍ପତି ସୋମନାଥ ଚାଟାର୍ଜୀ  ଡାକ୍ତରଖାନାରେ ଭର୍ତ୍ତି

0

କୋଲକାତା: ଲୋକସଭାର ପୂର୍ବତନ ବାଚସ୍ପତି ସୋମନାଥ ଚାଟାର୍ଜୀଙ୍କର ମସ୍ତିଷ୍କ ପ୍ରଦାହ  ହେବା ଯୋଗୁଁ, ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରାଖାନାରେ ଭର୍ତ୍ତି କରାଯାଇଛି । ତାଙ୍କର ମସ୍ତିଷ୍କର ଏକ ଅଂଶରେ ରକ୍ତ ଜମାଟ ବାନ୍ଧି ଯାଇଛି । ଏହାର ଆକାର ସାଧାରଣ । ମାତ୍ର ସୋମନାଥ ଚାଟାର୍ଜୀଙ୍କୁ ୮୯ ବର୍ଷ ହୋଇଥିବାରୁ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଉପରେ ଏକ ଡାକ୍ତରୀ ଟିମ୍‌ ନଜର ରଖିଛନ୍ତି । ୨୦୧୪ ମସିହାରେ  ସୋମନାଥଙ୍କର  ଏପରି ମସ୍ତିଷ୍କ ପ୍ରଦାହ ହୋଇଥିଲା । ମାତ୍ର ଏହା କ୍ଷୁଦ୍ର ଆକାରରର ହୋଇଥିବାରୁ କୌଣସି ଅସୁବିଧା ହୋଇ ନ ଥିଲା । ଏବେ ବୟସାଧିକ କାରଣ ଯୋଗୁଁ ମସ୍ତିଷ୍କ ପ୍ରଦାହ ଗୁରୁତର ହୋଇପାରେ ବୋଲି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହୁଛନ୍ତି ।

ସୋମନାଥ ଚାଟାର୍ଜୀ ଭାରତୀୟ କମ୍ୟୁନିଷ୍ଟପାର୍ଟିର ପ୍ରମୁଖ ନେତାମାନଙ୍କ ମଧ୍ୟରୁ ଅନ୍ୟତମ । ସେ ଲୋକସଭାର ପୂର୍ବତନ ବାଚସ୍ପତି ଥିଲେ । ,ସେ ଚତୁର୍ଦ୍ଦଶ ଲୋକସଭାରେ ବାଚସ୍ପତି ଭାବେ କାର୍ଯ୍ୟତୁଲାଇଥିଲେ । ସୋମନାଥ ଚାଟାର୍ଜୀ ଦଶଥର ନିର୍ବାଚନ ଜିତିଛନ୍ତି । ୧୯୬୮ ମସିହାରେ ସେ ମାର୍କ୍ସବାଦୀ ସମାଜପାର୍ଟିରେ ଯୋଗ ଦେଇଥିଲେ ।୧୯୭୧ ମସିହାରେ ପ୍ରଥମ ଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଥିଲେ ।

Leave A Reply