www.samajalive.in
Sunday, December 7, 2025
14.1 C
Bhubaneswar

ଗିରଫ ଆଇଏଫଏସ ଅଭୟକାନ୍ତଙ୍କ କିଛି ଅଜଣା କଥା

ବଲାଙ୍ଗିର: ଆଇଏଫ୍‍ଏସ୍‍ ଅଧିକାରୀ ଅଭୟକାନ୍ତ ପାଠକ। ବର୍ତ୍ତମାନ ତାଙ୍କୁ କୁବେର ବୋଲି ଆଲୋଚନା କରାଯାଉଛି। କାରଣ ଆୟ ବହୁର୍ଭୁତ ସଂପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଚଢଉ ପରେ ବେଶ ଚର୍ଚ୍ଚାର ଘେରକ ଆସିଛନ୍ତି ବାପା-ପୁଅ ଯୋଡି ଅଭୟକାନ୍ତ ଓ ଆକାଶ। ସେମାନଙ୍କ ଚାଲିଚଳଣି ଓ ଠାଟ୍‍ ଦେଖି ତାଟକା ହେଉଛନ୍ତି ଲୋକେ। ତେବେ ବଲାଙ୍ଗିର ଜିଲାରେ ବିଶେଷ ଜଣାଶୁଣା ନଥିଲେ ବି ଅଭୟକାନ୍ତଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତାଙ୍କର କଳା କାରନାମା ପଦାକୁ ଆସିବା ପରେ ଜଣେ ପରେ ଜଣେ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଉଛନ୍ତି। ବଲାଙ୍ଗିରରେ କେନ୍ଦୁପତ୍ର ଡିଭିଜନ୍‍ର ସିସିଏଫ୍‍ ଭାବେ କାମ କରିବା ସମୟରେ ସେ ବିବାଦୀୟ ହୋଇଛନ୍ତି। କିନ୍ତୁ ସମୟ ଅନୁସାରେ ନିଜ ମୁଣ୍ଡରୁ ଦୋଷ ଖସାଇବାରେ ସେ ସଫଳ ହୋଇଛନ୍ତି।

୨୦୧୪ ମସିହାରୁ ୨୦୧୮ ଯାଏ ସେ ବଲାଙ୍ଗିର କେନ୍ଦୁପତ୍ର ଡିଭିଜନ୍‍ର ସିସିଏଫ୍‍ ଥିଲେ। ସେ ସାଧାରଣରେ ବିଶେଷ ପରିଚିତ ନଥିଲେ। କିନ୍ତୁ ‘ସମାଜ’କୁ ମିଳିଥିବା ତଥ୍ୟ ଅନୁସାରେ ତିନିଟି ଘଟଣା ବେଶ ଉଲ୍ଲେଖନୀୟ। ପ୍ରଥମ କଥା ହେଉଛି ଯେ, ସେ ମହିଳା ମହାବିଦ୍ୟାଳୟ ଛକରେ ସରକାରୀ କ୍ୱାଟର୍‍ରେ ରହୁଥିଲେ। ଆଇଏଫ୍‍ଏସ୍‍ ଅଧିକାରୀ ଶ୍ରୀ ପାଠକଙ୍କ ସରକାରୀ ଘରର ମରାମତି ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇଥିଲା। ସେତେବେଳେ ତାହା ଚର୍ଚ୍ଚାରେ ରହୁଥିଲା। କାହାର ଅନାଧିକାର ପ୍ରବେଶ ନଥିଲା। ତେବେ ନିକଟସ୍ଥ ଡେମ୍‍ ପଡ଼ାର ଛୋଟ ଛୋଟ ପିଲାଙ୍କୁ ସେ ଘରକୁ ଡାକୁଥିଲେ। ସେମାନଙ୍କୁ ଜୀବନର ମୂଲ୍ୟବୋଧ, ପାଠ ପଢି ବଡମଣିଷ ହେବାକୁ ଢେର ଉପଦେଶ ଦେଉଥିଲେ। ରନ୍ଧାବଢା କରି ଭୋଜିଭାତରେ ପିଲାମାନଙ୍କୁ ଆପ୍ୟାୟିତ କରୁଥିବା ଖବର ବି ମିଳିଛି। ଏମିତିକି ପିଲାମାନଙ୍କ ପାଇଁ ଫିଲ୍ମ ଦେଖିବା ପାଇଁ ସେ ଟିକେଟ୍‍ ବି କାଟି ଦେଉଥିଲେ।

- Advertisement -

କେବଳ ସେତିକି ନୁହେଁ, ଜଣେ କେନ୍ଦୁପତ୍ର ବିଭାଗର ଅଧିକାରୀଙ୍କୁ ସରକାରୀ କ୍ୱାଟରର ଅଚଳ ବଲ୍‍ବ ବଦଳାଇ ନୂଆ ବଲ୍‍ବ ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସେ ଆସିବା ପରେ ବି ବଲ୍‍ବ ବଦଳି ନଥିଲା। ଯାହାକି ଫ୍ୟୁଜ ହୋଇଥିଲା। ରାଗ ମୁଣ୍ଡ ଉପରକୁ ଚଢିଗଲା। ପରବର୍ତ୍ତୀ ସମୟରେ ସେ କାର୍ଯ୍ୟରେ ଅବହେଳା ସହ ଅନ୍ୟାନ୍ୟ ଅଭିଯୋଗରେ ଛନ୍ଦି ଏହି ଅଧିକାରୀଙ୍କୁ ନିଲମ୍ବିତ କରିବାକୁ ପଛେଇ ନଥିଲେ। ଯାହା ଆଜି ବି ଆଲୋଚନାର ବିଷୟ। ସେତେବେଳେ ଶ୍ରୀ ପାଠକଙ୍କ କୋପରୁ ନିଲମ୍ବିତ ହୋଇଥିବା ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲା। ସେ ଘଟଣାକ୍ରମ ସଂପର୍କରେ କିଛି ନକହି ଅନ୍ୟ କାମରେ ବ୍ୟସ୍ତ ଥିବା ଦର୍ଶାଇ ଏଡେଇ ଯାଇଥିଲେ। କେବଳ ସେତିକି ନୁହେଁ, ତତ୍କାଳୀନ ଏସ୍‍ପି ଡା.ଦୀପକ କୁମାରଙ୍କ ନିକଟକୁ ଥରେ ସିସିଏଫ୍‍ ଶ୍ରୀ ପାଠକ ଫୋନ୍‍ କରି ଏକ ସମସ୍ୟା ସଂପର୍କରେ କହିଥିଲେ। ଆଉ ଏହା ଗଣମାଧ୍ୟମକୁ ଯେମିତି ନଯିବ ସେଥିପ୍ରତି ଯତ୍ନବାନ ହେବେ ବୋଲି ଏସ୍‍ପି ଡା.କୁମାରଙ୍କୁ ଅନୁରୋଧ କରିଥିଲେ।

ଘଟଣା ଅନୁସାରେ, ବ୍ୟାଙ୍କରୁ କଲ୍‍ କରୁଥିବା କହି ଜଣେ ବ୍ୟକ୍ତି ତାଙ୍କୁ ଏଟିଏମ୍‍ର କିଛି ତଥ୍ୟ ଓ ଓଟିପି ମାଗିଥିଲେ। ଏହାପରେ ତାଙ୍କ ଆକାଉଣ୍ଟରୁ ୪୦ ହଜାର ଟଙ୍କା କଟିଯାଇଥିଲା। ଖୋଦ୍‍ ଏସ୍‍ପି ଡା.କୁମାର ବି ହସିଥିଲେ। ଜଣେ ଏତେ ବଡ ପଦାଧିକାରୀ ହୋଇ କେମିତି ଭୁଲ କଲେ ବୋଲି ଶ୍ରୀ ପାଠକଙ୍କୁ କହିବା ସହ ଏହାର ତଦନ୍ତ କରାଯିବ ବୋଲି କହିଥିଲେ। ହେଲେ କିଏ ଏତେ ଟଙ୍କା ଠକି ନେଇଗଲା ତାହା ଜଣାପଡିଲା ନାହିଁ ଏଯାଏ। ହେଲେ ଖବରକାଗଜରେ କେନ୍ଦୁପତ୍ର ବିଭାଗର ବରିଷ୍ଠ ଅଧିକାରୀଙ୍କ ଆକାଉଣ୍ଟରୁ ୪୦ ହଜାର ଗୋଲ୍‍ ବୋଲି ଖବର ପ୍ରକାଶ ପରେ ବେଶ ଅଡୁଆରେ ପଡି ଚୁପ୍‍ ରହିଥିଲେ ତତ୍କାଳୀନ ସିସିଏଫ୍‍ ଶ୍ରୀ ପାଠକ। ତେବେ ବଲାଙ୍ଗିର ରହଣି ସମୟରେ କେନ୍ଦୁପତ୍ର ବିଭାଗରେ ଅନେକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଏହାର ଖୋଳତାଡ କଲେ ବହୁ କଥା ସାମ୍ନାକୁ ଆସିବ ବୋଲି ବିଭାଗର କିଛି କର୍ମଚାରୀ ମତ ଦେଇଛନ୍ତି।

Hot this week

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

Related Articles

Popular Categories