www.samajalive.in
Saturday, December 13, 2025
27.1 C
Bhubaneswar

ଶିଙ୍ଗାରୀ ପଞ୍ଚାୟତରେ ପ୍ଲାଷ୍ଟିକ ଚାଉଳ ଦିଆଯାଇଥିବା ଅଭିଯୋଗ ଆଣିଲେ ହିତାଧିକାରୀ- ଏହା ଫର୍ଟିଫାଏଡ୍‌ ରାଇସ୍‌ବୋଲି କହିଲେ ସରକାରୀ ଅଧିକାରୀ

କଲ୍ୟାଣସିଂହପୁର- ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶିଙ୍ଗାରୀ ପଞ୍ଚାୟତର ଗ୍ରାମବାସୀ ପଞ୍ଚାୟତରେ ମିଳୁଥିବା ପିଡିଏସ ଚାଉଳରୁ ପ୍ଲାଷ୍ଟିକ ଚାଉଳ ବାହାରୁଥିବା ଅଭିଯୋଗ ହେଇଛି । ଏହି ଚାଉଳ କୁ ବ୍ୟବହାର କରିବା ଦ୍ୱାରା କିଛି ଲୋକ ପେଟ ବ୍ୟଥା ,ପେଟ ଫୁଲିବା, ଝାଡା ବାନ୍ତିରେ ମଧ୍ୟ ଶିକାର ହୋଇଥିବା ହିତାଧିକାରୀ ରାଜେନ୍ଦ୍ର ଗଡ଼ବିସି, ହରିପ୍ରିୟା ଦଳେଇ, ଚନ୍ଦନ ଗଡ଼ବିସି, କୁମାରୀ ପୂଜାରୀ, ପ୍ରଶାନ୍ତ ଦଳପତି ଅଭିୟୋଗ କରିଛନ୍ତି ।

ଏହି ଅଭିଯୋଗ ମିଳିବା ପରେ ଯୋଗାଣ ଅଧିକାରୀ ଶଙ୍କର ବେହେରା ହିତାଧିକାରୀ ଏହା ପ୍ଲାଷ୍ଟିକ୍‌ ଚାଉଳ ନୁହେଁ ବୋଲି କହିଛନ୍ତି । ଏହା ଫର୍ଟିଫାଇଡ୍‌ ରାଇସ୍‌ , ଏଥିରେ ଅଧିକ ଖାଦ୍ୟଗୁଣବତ୍ତା ରହିଛି । ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁସାରେ ହିତାଧିକାରୀଙ୍କୁ ଅଧିକ ଗୁଣବତ୍ତା ଥିବା ଫର୍ଟିପାଏଡ୍‌ ରାଇସ୍‌ ଦିଆଯାଉଛି । ଗୋଟିଏ ଚାଉଳ ବସ୍ତାରେ ୧୦୦ ଗ୍ରାମ ଏହି ଅଧିକ ଗୁଣବତ୍ତା ଚାଉଳ ମିଶାଯାଉଥିବା ସେ କହିଛନ୍ତି । ସାରା ଓଡ଼ିଶାରେ ଏହି ଚାଉଳ ଦିଆଯାଉଛି । ହିତାଧିକାରୀ ଚାହିଁଲେ ଏହି ଚାଉଳ ଫେରାଇ ଅନ୍ୟ ଚାଉଳ ନେଇପାରିବେ ବୋଲି ସୂଚନା ଶଙ୍କର ବେହେରା ଦେଇଛନ୍ତି ।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

Related Articles

Popular Categories