ଭୁବନେଶ୍ୱର : ପୂର୍ବତନ ବିଧାୟକ ପ୍ରଭାତ ରଂଜନ ବିଶ୍ୱାଳଙ୍କ ୩ କୋଟି ୯୨ ଲକ୍ଷ ୨୦ ହଜାର ଟଙ୍କାର ସମ୍ପତ୍ତି ପ୍ରବର୍ତନ ନିର୍ଦେଶାଳୟ ବା ଇଡି ଜବତ କରିଛି। ବେଆଇନ କଳା ଧନ କାରବାର ଆଇନ ଅନୁଯାୟୀ ତାଙ୍କର ଏହି ସମ୍ପତ୍ତି ଜବତ କରାଯାଇଛି ।
ପ୍ରଭାତ ରଂଜନ ବିଶ୍ୱାଳଙ୍କର ଏସବିଆଇ କଟକ ଶାଖାରେ ଥିବା ୨୫ ଲକ୍ଷ ଟଙ୍କା ଆଟାଚ୍ ହୋଇଛି। ଅଣ ବ୍ୟାଙ୍କିଙ୍ଗ୍ ସଂସ୍ଥା ଜରିଆରେ ଟଙ୍କା ଆଦାୟ ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସେହିପରି ଉତର ପ୍ରଦେଶର ନୋଏଡାରେ ଥିବା ମିଡିଆ ଗୁରୁ କନସଲଟାଣ୍ଟସ ପ୍ରାଇଭେଟ ଲିମିଟେଡର ସମ୍ପତ୍ତି ମଧ୍ୟ ଜବତ କରାଯାଇଛି । ଏହି କଂପାନି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ସହିତ କିମ୍ବା ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆରେ ତାଲିକାଭୁକ୍ତ ନୁହେଁ। ଏନଏସଇଆଇ ଏବଂ ଏହିପରି ସର୍ବସାଧାରଣ ଜମା ସଂଗ୍ରହ କରିବାକୁ ଅନୁମତିପ୍ରାପ୍ତ ନୁହେଁ।
୨୦୦୨ରେ ହୋଇଥିବା ଏତଲା ଆଧାରରେ ଏହି ମାମଲାର ଅନୁସନ୍ଧାନ ଆରମ୍ଭ ହୋଇଥିଲା । ଓଡ଼ିଶାର କ୍ରାଇମ ବ୍ରାଞ୍ଚ ଇକୋନୋମିକ୍ ଅଫେନ୍ସ ୱିଙ୍ଗ (ଇଓଡବ୍ଲୁ) ଦ୍ୱାରା ଚାର୍ଜସିଟ୍ ଦାଖଲ ହୋଇଥିଲା ସିବିଆଇ ଦ୍ୱାରା ଦାଖଲ ହୋଇଥିବା ଚାର୍ଜସିଟ୍ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ପ୍ରଭାତ ବିଶ୍ୱାଳଙ୍କ ୩.୯୨ କୋଟି ଟଙ୍କାର ସମ୍ପତି ଜବତ କଲା ଇଡି
Popular Categories



