ପତ୍ନୀଙ୍କୁ ହତ୍ୟା ପରେ ଯବାନଙ୍କ ଆତ୍ମହତ୍ୟା

0

ଚେନ୍ନଇ : ଜଣେ ବିଏସଏଫ ଯବାନ ନିଜର ପତ୍ନୀଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟା କରିଛନ୍ତି। ଚେନ୍ନଇର ତ୍ରିଚିରେ ରବିବାର ଏହି ଅଘଟଣ ଘଟିଛି। ଆତ୍ମହତ୍ୟା କରିଥିବା ବିଏସଏଫ ଯବାନ ଜଣଙ୍କ ହେଉଛନ୍ତି ରଞ୍ଜିତ। ତାଙ୍କ ଘର ବିହାରର ସରିଫ ସହରରେ। ୨୦୦୫ରେ ସେ ରଜନୀ କୁମାରୀଙ୍କୁ ବିବାହ କରିଥିଲେ। ବିବାହର କିଛି ମାସ ପରେ ରଜନୀ ରେଳବାଇରେ ଚାକିରି ପାଇଥିଲେ। ରଜନୀଙ୍କ ମା’ଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ଝିଅ ଠାରୁ ରଞ୍ଜିତ ସର୍ବଦା ଅର୍ଥ ଦାବି କରୁଥିଲେ। ଏପରି କି ରଞ୍ଜିତ ତାଙ୍କ ଝିଅ ଠାରୁ ୩.୫ ଲକ୍ଷ ଟଙ୍କା ଋଣ ନେଇଥିଲେ। ଏହି ଅର୍ଥ ରଞ୍ଜିତ ନ ଫେରାଇବାରୁ ଉଭୟଙ୍କ ମଧ୍ୟରେ ବିବାଦ ଦେଖାଯାଇଥିଲା। ଶନିବାର ରାତିରେ ରଞ୍ଜିତ ବଜାରକୁ ଯାଇ ବିଳମ୍ବରେ ଘରକୁ ଫେରିଥିଲେ। ସେ ପ୍ରଥମେ ପତ୍ନୀଙ୍କୁ ବିଷ ଦେଇ ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଏଥିରେ ବିଫଳ ହେବାରୁ ସେ ତାଙ୍କ ସର୍ଭିସ ରାଇଫଲରୁ ପତ୍ନୀଙ୍କୁ ଗୁଳି କରିଥିଲେ ବୋଲି ରଜନୀଙ୍କ ମା’ ଅଭିଯୋଗ କରିଥିଲେ। ପତ୍ନୀଙ୍କୁ ହତ୍ୟା ପରେ ରଞ୍ଜିତ ଆତ୍ମହତ୍ୟା କରିଥିଲେ। ରଞ୍ଜିତଙ୍କ ୮ବର୍ଷର ଝିଅ ଏବେ ମାମୁ ଘରେ ରହିଛି।

Leave A Reply