ସୋଲର : ମା’ ମଙ୍ଗଳାଙ୍କ ରଥଯାତ୍ରା ଅନୁଷ୍ଠିତ

ଛତିଆ : ଯାଜପୁର ଜିଲ୍ଲା ବଡଚଣା ବ୍ଲକର ସୋଲର ଠାରେ ଥିବା ପୀଠ ଦେବୀ ମା’ ମଙ୍ଗଳାଙ୍କ ରଥଯାତ୍ରା ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏକ ରଥ ସୁ ସଜ୍ଜିତ କରାଯାଇ ମା’ ଙ୍କ ପାର୍ଶ୍ବ ଦେବୀଙ୍କୁ ବିଜେ କରାଇ ଗ୍ରାମ ପରିକ୍ରମା କରାଯାଏ । ଏହି ସମୟରେ ଘରେ ଘରେ ପଣା ଅର୍ପଣ କରାଯିବା ସହିତ ପୂଜା କରାଯାଇଥାଏ। ଫେରିବା ପରେ ରଥ ଉପରେ ବଡ଼ ଧୂପ ଆଦି ସମସ୍ତ ନୀତି ଅନୁଷ୍ଠିତ ହେଲା ପରେ ପୁଣି ମନ୍ଦିର ଆସ୍ଥାନ ବିଜେ କରି ଥାଆନ୍ତି।
ମୁଖ୍ୟ ପୂଜକ କାମଦେବ ପଣ୍ଡା ଙ୍କ ସହିତ ରମେଶ ମହାପାତ୍ର, ବିପିନ୍ ପ୍ରହରାଜ, ସଂଜୟ କୁମାର ବିଶ୍ବାଳଙ୍କ ସହିତ ପରିଚାଳନା କମିଟିର ସଦସ୍ୟ ସମାନେ ଏଥିରେ ସହଯୋଗ କରିଥିଲେ। ବହୁ ପୂରାତନ ପୀଠ। ଏହି ପୀଠରେ ଦୁର୍ଗା ପୂଜା ଠାରୁ ଆରମ୍ଭ କରି ଶ୍ରୀ ପଞ୍ଚମୀ ଦିନ ମା’ ଙ୍କ ଜନ୍ମୋତ୍ସବ ସହିତ ରଜ ସଂକ୍ରାନ୍ତି ଓ ରାମା ନବମୀ ଆଦି ବହୁ ଆଡମ୍ବର ସହକାରେ ପାଳନ ହୋଇଥାଏ।
ସେହିପରି ଅନ୍ୟାନ୍ୟ ମନ୍ଦିର ଇଚ୍ଛାନଗରପାଟଣା ରେ ଥିବା ମା’ ସାରଳାଙ୍କ ପୀଠ, ମା’ ଦୂର୍ଗା ମନ୍ଦିର, ଅମରେଶ୍ବର ମନ୍ଦିର, ବୁଢେଇ ଠାକୁରାଣୀ ସହିତ ବିଭିନ୍ନ ମନ୍ଦିରରେ ମହା ବିଷୁବ ପଣା ସଙ୍କ୍ରାନ୍ତି ବହୁ ଆଡ଼ମ୍ବରରେ ପାଳନ ହୋଇଯାଇଛି। ଦୁଇ ବର୍ଷ ହେଲା କୋଭିଡ୍ କଟକଣା ପାଇଁ କେବେ ପରମ୍ପରା କୁ ବଞ୍ଚାଇବା ପାଇଁ ନୀତି ସମ୍ପନ୍ନ ହେଉଥିବା ବେଳେ ଜନଗହଳି ହେଉ ନଥିଲା, ତେବେ ଚଳିତ ବର୍ଷ କଟଣା ଉଠି ଯାଇଥିବା କାରଣରୁ ମନ୍ଦିର ମାନଙ୍କରେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା।

kalyan agarbati

Comments are closed.