www.samajalive.in
Sunday, December 7, 2025
14.1 C
Bhubaneswar

ସୌରଶକ୍ତି ଷ୍ଟାର୍ଟଅପ୍‌ରେ ମହିଳା ଉଦ୍ୟୋଗୀ: ରାଜ୍ୟ ଔଦ୍ୟୋଗିକ ଅର୍ଥନୀତିରେ ନୂଆ ସମ୍ଭାବନା

ଭୁବନେଶ୍ୱର: ରାଜ୍ୟ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ମହିଳା ଉଦ୍ୟୋଗୀଙ୍କ ପ୍ରବେଶ ଔଦ୍ୟୋଗିକ ଅର୍ଥନୀତି କ୍ଷେତ୍ରରେ ନୂତନ ଆଶା ସଂଚାର କରିଛି। ସଂପ୍ରତି ସମାଜରେ ସୌରଶକ୍ତିର ଚାହିଦା ସହିତ କ୍ରମେ ଏହି ବୈଷୟିକ ଜ୍ଞାନକୌଶଳର ଲୋକପି୍ରୟତା ବୃଦ୍ଧି ଯୋଗୁଁ ଏହାର ଭବିଷ୍ୟତ ଉଜ୍ଜ୍ୱଳ। ନିକଟରେ ଏମ୍‌ଏସ୍‌ଏମ୍‌ଇ ବିଭାଗ ଦ୍ୱାରା କରାଯାଇଥିବା ଏକ ସମୀକ୍ଷାରୁ ଏହା ଜଣାପଡ଼ିଛି। ଓଡ଼ିଶା ଷ୍ଟାର୍ଟଅପ୍‌ରେ ପଂଜୀକୃତ ସର୍ବମୋଟ ୪୬୯ ଗୋଟି ମହିଳା ଷ୍ଟାର୍ଟଅପ୍‌ ମଧ୍ୟରେ ୧୨ଟି ସୌରଶକ୍ତି ଷ୍ଟାର୍ଟଅପ୍‌ ମହିଳାମାନଙ୍କ ଦ୍ୱାରା ବିକଶିତ ଓ ପରିଚାଳିତ ହେଉଛି। ଏହି ଉଦ୍ୟୋଗଗୁଡ଼ିକ ପାରମ୍ପରିକ ବିଦୁ୍ୟତ ଶକ୍ତି ଉପରୁ ନିର୍ଭରଶୀଳତାକୁ ବହୁମାତ୍ରାରେ ହ୍ରାସ କରିବ। ଏହା ସବୁଜ ଏବଂ ସ୍ୱଚ୍ଛ ବିଦୁ୍ୟତ ଯୋଗାଇପାରୁଛି। ବହୁ ସ୍ଥାନରେ ଲୋକେ ନିଜ ନିଜ ଘର ଛାତ ଉପରେ ପ୍ୟାନେଲ ସ୍ଥାପନ କରି ନିଜର ବିଦୁ୍ୟତ ଚାହିଦା ମେଣ୍ଟାଇ ପାରିବେ। ତା’ଛଡ଼ା ସୌରଶକ୍ତିର କୃଷିକ୍ଷେତ୍ରରେ ମଧ୍ୟ ବହୁଳ ଭାବରେ ଉପଯୋଗ ହୋଇପାରିଛି। ସେଥିପାଇଁ ସେହି ଚାହିଦାକୁ ଲକ୍ଷ୍ୟ କରି ଗ୍ରାହକଅନୁକୂଳ ଉପକରଣ ନିର୍ମାଣ କରାଯାଉଛି। ଏଥି ସହିତ ପାରମ୍ପରିକ ବିଦୁ୍ୟତ ବ୍ୟବହାର କରୁଥିବା ଉପଭୋକ୍ତା ବିକଳ୍ପ ଭାବେ ସୌରଶକ୍ତି ବ୍ୟବହାର କରୁଥିବା ଯୋଗୁଁ ଏ କ୍ଷେତ୍ରରେ ଅଧିକ ସମ୍ଭାବନା ସୃଷ୍ଟି ହୋଇଛି। ଏ କ୍ଷେତ୍ରରେ ଯେଉଁ କେତେକ ଷ୍ଟାର୍ଟଅପ୍‌ ସଫଳତା ହାସଲ କରିପାରିଛନ୍ତି ସେଗୁଡ଼ିକ ମଧ୍ୟରେ ବତୀଘର ସଷ୍ଟେନେବୁଲ ସଲ୍ୟୁସନ୍ସ, ସରଳା ପାୱାରଟେକ୍‌ କନ୍‌ସଲ୍‌ଟାନ୍ସି ଇଂଜିନିୟରିଂ ଏବଂ ଥିଙ୍କର ଇଣ୍ଡିଆ ଅଗ୍ରଣୀ ଉଦ୍ୟୋଗ ଭାବେ କାର୍ଯ୍ୟ କରୁଛନ୍ତି।

 

- Advertisement -

ବତୀଘର ସଷ୍ଟେନେବୁଲ ସଲୁ୍ୟସନ୍ସ ଦ୍ୱାରା ନିର୍ମିତ ସୌରଶକ୍ତିଚାଳିତ ଉପକରଣ ସାନିଟାରୀ ନାପ୍‌କିନ୍‌କୁ ସୁରକ୍ଷିତ ଭାବେ ନଷ୍ଟ କରିପାରିବ। ଫଳରେ ଅନାବଶ୍ୟକ ଭାବେ ମାଟିରେ ଏଠିସେଠି ପଡ଼ି ଆବର୍ଜନା ସୃଷ୍ଟି କରିବା ସହ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେବାରୁ ଏହା ଏକ ପ୍ରକାର ଆଶ୍ୱସ୍ତି ଦେବ। ଏହା ପରିବେଶ ସ୍ୱଚ୍ଛ ରଖିବାରେ ସାହାଯ୍ୟ କରିବ। ଏହି ଉପକରଣ ଶୌଚାଳୟ, ବିଦ୍ୟାଳୟ ଏବଂ ଛାତ୍ରୀନିବାସଗୁଡ଼ିକରେ ବିଶେଷ ଉପଯୋଗୀ ହୋଇପାରିବ ବୋଲି ସମୀକ୍ଷାରୁ ଜଣାପଡ଼ିଛି। ସେହିପରି ସରଳା ପାୱାରଟେକ୍‌ କନ୍‌ସଲ୍‌ଟାନ୍ସି ଇଂଜିନିୟରିଂ ଦ୍ୱାରା ହାଇବି୍ରଡ୍‌ ଇନ୍‌ଭର୍ଟର ନିର୍ମାଣ କରାଯାଉଛି, ଯାହା ଉଭୟ ସୋଲାର ଓ ବିଦୁ୍ୟତରେ ଚାଳିତ ହୋଇପାରିବ। ଥିଙ୍କର ଇଣ୍ଡିଆ ତରଫରୁ ଭାସମାନ୍‌ ସୌରଶକ୍ତିଚାଳିତ ‘ଧୀବର ମିତ୍ର’ ନାମକ ଉପକରଣ ଯାହା ଚିଙ୍ଗୁଡ଼ି ଚାଷୀ ଓ ମତ୍ସ୍ୟଚାଷୀଙ୍କ ପାଇଁ ବହୁ ଉପଯୋଗୀ। ସୌର ଶକ୍ତିଚାଳିତ ହେତୁ ଯେକୌଣସି ସ୍ଥାନରେ ମଧ୍ୟ ଗାଡ଼ିଆ, ପୋଖରୀ, ଜଳାଶୟରେ ଏହାକୁ ଅନ୍ୟାୟାସରେ ବ୍ୟବହାର କରିହେବ। ଏସବୁ ଷ୍ଟାର୍ଟଅପ୍‌ଗୁଡ଼ଇକ ସଂପୂର୍ଣ୍ଣ ଭାବେ ମହିଳା ଉଦ୍ୟୋଗୀମାନଙ୍କ ଦ୍ୱାରା କରାଯାଇଥିବା ଅତି ଉତ୍ସାହପ୍ରଦ ତଥା ମହିଳା ସଶକ୍ତିକରଣ ଦିଗରେ ଏକ ଦୃଢ଼ ପଦକ୍ଷେପ ବୋଲି ବିଭାଗୀୟ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ପ୍ରକାଶ କରିଛନ୍ତି । ଏଗୁଡ଼ିକ ଯେପରି ସଫଳତା ହାସଲ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇପାରିବ ସେ ଦିଗରେ ବିଭାଗ ତରଫରୁ ଯେଉଁସବୁ ସୁବିଧା ସୁଯୋଗ ରହିଛି ତାହା ଉପଲବ୍ଧ କରାଇବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।
ଏହି ସମୀକ୍ଷା ବୈଠକରେ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ଏବଂ ଓରେଡ଼ାର ବରିଷ୍ଠ ଅଧିକାରୀଗଣ ଯୋଗଦେଇ ସୌରଶକ୍ତି ସମ୍ବନ୍ଧରେ ଥିବା ସମ୍ଭାବନାଗୁଡ଼ିକ ଉପରେ ଆଲୋକପାତ କରିଥିଲେ। ଏହାକୁ ବିଭାଗର ସଂକଳ୍ପନା ପ୍ରଚାରକ ସଂଯୁକ୍ତା ବଡ଼ାଇ ପରିଚାଳନା କରିଥିଲେ।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories