BJD Bijuli 480×75 Mob

ସାବଧାନ୍ ! ଗୁଗଲ କ୍ରୋମ୍ ବ୍ୟବହାରକାରୀଙ୍କ ପାଇଁ ସରକାର ଜାରି କଲେ ଚେତାବନୀ..

ଜାଣନ୍ତୁ କେମିତି ରହିବେ ସୁରକ୍ଷିତ

BJD Bijuli 480×75 Mob

ନୂଆଦିଲ୍ଲୀ : ଭାରତ ସରକାରଙ୍କ ସାଇବର ସୁରକ୍ଷା ଏଜେନ୍ସି ସିଇଆରଟି-ଆଇଏନ ଅର୍ଥାତ୍ ଇଣ୍ଡିଆନ୍ କମ୍ପ୍ୟୁଟର ଏମରଜେନ୍ସି ରେସପନ୍ସ ଟିମ୍ ଡେସ୍କଟପରେ ବ୍ୟବହାର କରାଯାଉଥିବା ଗୁଗଲ କ୍ରୋମ ଭରସନ୍ କୁ ପ୍ରଭାବ ପକାଉଥିବା ଅନେକ ଦୁର୍ବଳତା ସହ ଜଡିତ ଗୁରୁତ୍ୱପୂର୍ଣ୍ଣ ଚେତାବନୀ ଦେଇଛି। ସିଇଆରଟି-ଆଇଏନ ଦୁର୍ବଳତା ଗୁଡିକୁ ସିଆଇଭିଏନ-୨୦୨୪-୦୧୪୬ରେ ଏନେଇ ସୂଚନା ମିଳିଛି। ଏଥିରେ କୁହାଯାଉଛି, ହ୍ୟାକର୍ (ସାଇବର ଠକ) ଏହି ଦୁର୍ବଳତାର ଫାଇଦା ଉଠାଇ ଆପଣଙ୍କ କମ୍ପ୍ୟୁଟରକୁ ନିୟନ୍ତ୍ରଣ କରିପାରିବେ। ଅପରାଧିକ କାର୍ଯ୍ୟ କରିପାରିବେ।

କ’ଣ ରହିଛି ବିପଦ..
ସମୟ ପୂର୍ବରୁ ଏହି ଦିଗ ପ୍ରତି ଧ୍ୟାନ ନଦେଲେ ତେବେ ସାଇବର ଠକଙ୍କ କାରଣରୁ ଆପଣଙ୍କ କ୍ଷତି ହୋଇପାରେ। ଜାଣନ୍ତୁ..
ଡିଓଏସ – ଏହା ଆପଣଙ୍କ କ୍ରୋମ ବ୍ରାଉଜରକୁ ନଷ୍ଟ କରି ଦେଇପାରେ। ଏହାସହ କମ୍ପ୍ୟୁଟରକୁ ମଧ୍ୟ ଖରାପ କରି ଦେଇପାରେ।
କୋଡ୍ ଏକ୍ଜିକ୍ୟୁସନ – ଏହାର ବ୍ୟବହାର କରି ସାଇବର ଠକ ଆପଣଙ୍କ କମ୍ପ୍ୟୁଟରରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରି ପାରିବେ। ଆପଣଙ୍କ ଡାଟା ମଧ୍ୟ ଚୋରି କରି ପାରିବେ। ଭାଇରାଲ ସଫ୍ଟୱେର୍ ମଧ୍ୟ ଇନଷ୍ଟଲ୍ କରି ପାରିବେ।
ଆପଣ ୱିଇଣ୍ଡୋ କିମ୍ବା ମ୍ୟାକ୍ ବ୍ୟବହାର କରୁଥିଲେ, ୧୨୪.୦.୬୩୬୭.୭୮ କିମ୍ବା ୭୯ରୁ ପୂର୍ବରୁ ଥିବା କ୍ରୋମର କୌଣସି ଭରସନ୍ ସୁରକ୍ଷିତ ନୁହେଁ।
Linux ବ୍ୟବହାରକାରୀଙ୍କ ପାଇଁ ୧୨୪.୦.୬୩୬୭.୭୮ର ପୂର୍ବରୁ ଥିବା କ୍ରୋମର କୌଣସି ଭରସନ୍ ବର୍ତ୍ତମାନ ସୁରକ୍ଷିତ ନୁହେଁ।

ଅକ୍ଷୟ ତୃତୀୟାରେ ସୁନା ନା ଚାନ୍ଦି : କ’ଣ କିଣିଲେ କି ଲାଭ ମିଳେ..

ମାତ୍ର ଭଲ ଖବର ହେଉଛି, ଗୁଗଲ ପୂର୍ବରୁ ହିଁ ଏହି ସମସ୍ତ ସମସ୍ୟାକୁ ଦୂର କରିବା ଅପଡେଟ୍ ଜାରି କରିଛି। ଜାଣନ୍ତୁ..
ସର୍ବପ୍ରଥମେ ଗୁଗଲ କ୍ରୋମ୍ ଓପନ୍ କରନ୍ତୁ।
ଉପରିସ୍ଥ ଡାହାଣ କୋଣରେ ଥିବା ୩ଟି ବିନ୍ଦୁ ଉପରେ କ୍ଲିକ୍ କରନ୍ତୁ।
ଏହାପରେ ସେଟିଙ୍ଗ୍ ଅପସନକୁ ଯାଆନ୍ତୁ, ଏହାପରେ ହେଲ୍ଫ ଅପସନକୁ ଯାଆନ୍ତୁ।
ଏବେ ଗୁଗଲ କ୍ରୋମ ଅପସନରେ କ୍ଲିକ୍ କରନ୍ତୁ।
ଏଠାରୁ କ୍ରୋମ୍ ଅପଡେଟକୁ ଯାଞ୍ଚ କରନ୍ତୁ। ଏହାପରେ କୌଣସି ଅପଡେଟ୍ ଉପଲବ୍ଧ ହେଉଥିଲେ, ଆପେ ଆପେ ଡାଉନଲୋଡ୍ ଓ ଇନଷ୍ଟଲ୍ ହୋଇଯିବ।
ସମ୍ପୂର୍ଣ୍ଣ ଅପଡେଟ୍ ହେବା ପରେ କ୍ରୋମକୁ ରିଷ୍ଟାଟ୍ କରନ୍ତୁ। ବ୍ରାଉଜରକୁ ସୁରକ୍ଷିତ ରଖିବା ପାଇଁ ଆପଣ ସଫ୍ଟୱେଅରକୁ ନିୟମିତ ଅପଡେଟ କରନ୍ତୁ। ଗୁଗଲ କ୍ରୋମକୁ ଅପଡେଟ୍ ରଖି ସାଇବର ଠକାମିର ସମ୍ଭାବନା ଖୁବ୍ କମ୍ ହୋଇଯାଇପାରେ। ତେଣୁ ବାରମ୍ବାର ଅପଡେଟକୁ ଯାଞ୍ଚ କରିବା ସହ ତୁରନ୍ତ ଏହାକୁ ଇନଷ୍ଟଲ୍ କରନ୍ତୁ।

Comments are closed.