www.samajalive.in
Friday, December 5, 2025
27.1 C
Bhubaneswar

ଜୀ ସାର୍ଥକରେ ଓଡ଼ିଶାର ସବୁଠାରୁ ବଡ ରିୟାଲିଟି ଶୋ “ରଜ କୁଇନ – ଉଡିଯା’…

ଭୁବନେଶ୍ୱର : ଓଡିଶା ଟେଲିଭିଜନ ଦୁନିଆର ଏକ ନମ୍ବର ମନୋରଞ୍ଜନ ଚ୍ୟାନେଲ ଜୀ ସାର୍ଥକ ଦ୍ୱାରା ପ୍ରସ୍ତୁତ ସର୍ବାଧିକ ଲୋକପ୍ରିୟ ରିୟାଲିଟି ଶୋ’ “ରଜ କୁଇନ – ଉଡିଯା’… ଆକାଶଟା ତୋ’ର” ୧୨ ବର୍ଷରେ ପହଞ୍ଚିଛି। ଆମ ରାଜ୍ୟର କଳା, ସଂସ୍କୃତି ଓ ପରମ୍ପରାକୁ ନେଇ ଚଳିତ ସିଜିନରେ ଏହି ଲୋକପ୍ରିୟ ରିୟାଲିଟି ଶୋ’ ପ୍ରସାରଣର ଶୁଭାରମ୍ଭ ଆସନ୍ତା ମେ ୪ ତାରିଖରୁ ପ୍ରତ୍ୟେକ ଶନିବାର ଏବଂ ରବିବାର ରାତି ୯:୩୦ରେ ପ୍ରସାରଣ ହେବ। ବିଗତ ୧୧ ବର୍ଷରେ ଜୀ ସାର୍ଥକର ଏହି ଲୋକପ୍ରିୟ ରିୟାଲିଟି ଶୋ’ ଦ୍ୱାରା ଅନେକ ପ୍ରତିଯୋଗୀ ବିଜେତା ହେବା ସହିତ ବହୁ କଳାକାର ସୃଷ୍ଟି ହୋଇ ଛୋଟ ଓ ବଡ଼ ପରଦାରେ ଅଭିନୟ କରି ନିଜର କ୍ୟାରିୟର ଗଢି ପାରିଛନ୍ତି। ଆମ ରାଜ୍ୟର ଯୁବ ପିଢ଼ିଙ୍କ ଭବିଷ୍ୟତ ଗଢିବା ପାଇଁ ଜୀ ସାର୍ଥକ ସବୁବେଳେ ଚେଷ୍ଟା ଜାରି ରଖିଥାଏ।
“ରଜ କୁଇନ” ୨୦୨୪ ସିଜନ ୧୨ ମଧ୍ୟ ବଡ଼ ଆକାରରେ ଆରମ୍ଭ ହେଉଛି। ଓଡିଶାର ପ୍ରତିଟି ଜିଲ୍ଲାର ବଛାବଛା ଟ୍ୟାଲେଣ୍ଟେଡ ପ୍ରତିଯୋଗୀମାନେ ଭାଗ ନେଇଛନ୍ତି ଏବଂ ସେମାନେ ବିଭିନ୍ନ ସ୍ତର ଦେଇ ଆଗକୁ ବଢିବେ। ପୂର୍ବ ସିଜିନ ଭଳି ଏଥର ମଧ୍ୟ ପ୍ରତ୍ୟେକ ବିଜେତାଙ୍କ ସ୍ବପ୍ନ ପୂରଣ ପାଇଁ ସ୍କଲାରସିପ୍ ଦିଆଯିବ।

ତାତିରୁ ତ୍ରାହି ଦେବ କାଳବୈଶାଖୀ ; ଏହି ତାରିଖରୁ ଭିଜିବ,କମିବ ତାତି..


ସର୍ବାଧିକ ଲୋକପ୍ରିୟ ରିୟାଲିଟି ଶୋରେ ଜୀ ସାର୍ଥକର ମେଗା ଧାରାବାହିକ ମାନଙ୍କରେ ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିବା ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଅଭିନେତ୍ରୀ ସ୍ମୃତିରେଖା ରଣା (ମାନିନୀ), ଅନନ୍ୟା ଦାଶ (ଧାରା), ଅଙ୍କିତା ମିଶ୍ର (ପ୍ରିୟା) ଏବଂ ସୁମନ ପଟ୍ଟନାୟକ (ରେଖା) ମେଣ୍ଟର ଭାବରେ ରଜ କୁଇନ ସିଜିନ ୧୨ ରେ ରହିଛନ୍ତି । ମୁଖ୍ୟ ଜଜ୍ ଆସନ ଅଳଙ୍କୃତ କରିଛନ୍ତି ବରିଷ୍ଠ ଅଭିନେତା ଶ୍ରୀତମ ଦାସ ଏବଂ ଅଭିନେତ୍ରୀ ଲିପି ମହାପାତ୍ର। ଉପସ୍ଥାପନା କରୁଛନ୍ତି ସମସ୍ତଙ୍କର ପ୍ରିୟ ଅଭିଜ୍ଞ ଉପସ୍ଥାପକ ସୁଜିତ ପାଇକରାୟ।
ଜୀ ସାର୍ଥକ ଦର୍ଶକଙ୍କ ମନୋରଞ୍ଜନ ସହିତ ଆଜିର ଯୁବପିଢ଼ିଙ୍କ କ୍ୟାରିଅର ପ୍ରତି ଧ୍ୟାନ ଦେଇଥାଏ । ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଆଜିର ଯୁବପିଢ଼ିଙ୍କ ସ୍ବପ୍ନ ପୂରଣ କରିବାରେ ସହାୟକ ହୋଇଥାଏ। ଜୀ ସାର୍ଥକର ଏହି ଲୋକପ୍ରିୟ ରିୟାଲିଟି ଶୋରେ ଯୁବପିଢ଼ିର ମହିଳା ଭାଗ ନିଅନ୍ତୁ ଓ ନିଜର ସ୍ବପ୍ନ ପୂରଣର ଯାତ୍ରାରେ ବାହାରିଯାନ୍ତୁ ବୋଲି ଜୀ ସାର୍ଥକ ଚିଫ ଚ୍ୟାନେଲ ଅଫିସର ଶ୍ରୀ ପ୍ରତୀକ ସିଲ ପ୍ରକାଶ କରିଛନ୍ତି।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories