www.samajalive.in
Friday, December 5, 2025
23.1 C
Bhubaneswar

ଋାହୁଲଙ୍କୁ ପ୍ରଶଂସା କଲେ ପାକ୍‌‌ ନେତା, ମୋଦୀ କହିଲେ- କଂଗ୍ରେସ ପାକିସ୍ତାନର ପ୍ରଶଂସକ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପାକିସ୍ତାନୀ ନେତା ପ୍ରଶଂସା କରିବା ପରେ ବିଜେପି ଏହି ଦଳକୁ କଡ଼ା ସମାଲୋଚନା କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, କଂଗ୍ରେସ ହେଉଛି ପାକିସ୍ତାନର ପ୍ରଶଂସକ। ଦେଶରେ କଂଗ୍ରେସ ଅସ୍ତ ହେବାକୁ ବସିଛି। ଏହାକୁ ସହ୍ୟ କରିପାରୁ ନାହାନ୍ତି ପାକିସ୍ତାନୀ ନେତା। କାରଣ କଂଗ୍ରେସ ହେଉଛି ପାକିସ୍ତାନର ପ୍ରଶଂସକ।
ସୂଚନା ଅନୁସାରେ, ଇମ୍ରାନ୍‌‌ ଖାନଙ୍କ ସରକାରରେ ଥିବା ପାକିସ୍ତାନର ପୂର୍ବତନ ମନ୍ତ୍ରୀ ଫୱାଦ ହୁସେନ ସୋସିଆଲ ମିଡିଆ ପ୍ଲାଟ୍‌‌ଫର୍ମ ଏକ୍ସ’ରେ ଏକ ପୋଷ୍ଟ କରି ରାହୁଲଙ୍କୁ ପ୍ରଶଂସା କରିଥିଲେ। ରାହୁଲ ଗାନ୍ଧୀଙ୍କ ଏକ ଭାଷଣର କିଛି ଅଂଶକୁ ପୋଷ୍ଟ କରିବା ସହିତ “ରାହୁଲ ଅନ୍‌‌ ଫାୟାର’ ବୋଲି ସେ ଲେଖିଥିଲେ। ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର କଂଗ୍ରେସକୁ ଟାର୍ଗେଟ କରିଛନ୍ତି।
ଗୁଜରାଟର ଆନନ୍ଦରେ ଗୁରୁବାର ଏକ ନିର୍ବାଚନୀ ସଭାରେ ମୋଦୀ ଉଦ୍‌‌ବୋଧନ ଦେବା ସମୟରେ କହିଛନ୍ତି, ଦେଶରେ କଂଗ୍ରେସ ଦୁର୍ବଳ ହେବାରେ ଲାଗିଛି। କୌତୁହଳର କଥା ଏପଟେ କଂଗ୍ରେସ ଦୀପ ଲିଭି ଲିଭି ଯାଉଥିବାବେଳେ ସେପଟେ ପାକିସ୍ତାନ କାନ୍ଦୁଛି। ଏବେ ପାକ୍‌‌ ନେତାମାନେ କଂଗ୍ରେସ ପାଇଁ ପ୍ରାର୍ଥନା କରୁଛନ୍ତି। ଯୁବରାଜଙ୍କୁ ପ୍ରଧାନମନ୍ତ୍ରୀ କରିବା ପାଇଁ ପାକିସ୍ତାନ ବେଶ୍‌‌ ଆଗ୍ରହୀ। କାରଣ ଆମେ ସମସ୍ତେ ଜାଣିଛେ ଯେ କଂଗ୍ରେସ ପାକିସ୍ତାନର ଗୋଟିଏ ପ୍ରଶଂସକ। କଂଗ୍ରେସ ଏବଂ ପାକିସ୍ତାନ ମଧ୍ୟରେ ଥିବା ସମ୍ପର୍କ ଏବେ ସମ୍ପୂର୍ଣ୍ଣ ଭାବେ ପ୍ରଘଟ ହୋଇସାରିଛି ବୋଲି ମୋଦୀ କହିଛନ୍ତି।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories