www.samajalive.in
Saturday, December 6, 2025
15.1 C
Bhubaneswar

ବିଦା ହେଲେ ୨୨୩ କର୍ମଚାରୀ, ବେଆଇନ ଭାବେ ନିଯୁକ୍ତି ଦେଇଥିଲେ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା

ନୂଆଦିଲ୍ଲୀ: ଦିଲ୍ଲୀ ମହିଳା କମିଶନର ୨୨୩ କର୍ମଚାରୀଙ୍କୁ ଚାକିରିରୁ ବାହାର କରିଦିଆଯାଇଛି। ଏ ସଂକ୍ରାନ୍ତରେ ଉପରାଜ୍ୟପାଳ ଭି.କେ. ସକ୍‌‌ସେନାଙ୍କ ଆଦେଶ ପରେ ତତ୍କାଳ ଏ ଦିଗରେ ପଦକ୍ଷେପ ନିଆଯାଇଛି।
ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ୱାତି ମାଲିୱାଲ ୨୨୩ କର୍ମଚାରୀଙ୍କୁ ଠିକା ଭତ୍ତିରେ ନିଯୁକ୍ତି ଦେଇଥିଲେ। ତେବେ ଏହି ନିଯୁକ୍ତି ବେନିୟମ ବୋଲି ଅଭିଯୋଗ ହୋଇଥିଲା। ନିଯୁକ୍ତି ନେଇ ସରକାରଙ୍କ ଅନୁମତି ନିଆଯାଇ ନ ଥିଲା। ମହିଳା କମିଶନ ତାଙ୍କ କ୍ଷମତା ପରିସର ବାହାରକୁ ଯାଇ ଏଭଳି ନିଯୁକ୍ତି କରାଇଥିଲେ ବୋଲି ଅଭିଯୋଗରେ ଦର୍ଶାଯାଇଥିଲା। ଏହା ଉପରେ ଉପରାଜ୍ୟପାଳ ସକ୍‌‌ସେନା ତ୍ୱରିତ ପଦକ୍ଷେପ ନେଇ ସମସ୍ତ କର୍ମଚାରୀଙ୍କୁ ବରଖାସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ମହିଳା କମିଶନଙ୍କୁ ଅବଗତ କରାଇ ଦିଆଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories