ଉତ୍ତରାଖଣ୍ଡ: ଚାରିଧାମ ଯାତ୍ରା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତ ବର୍ଷ ତୀର୍ଥଯାତ୍ରା ଅଧିକ ଦିବ୍ୟ ଓ ଭବ୍ୟ ହେବ ବୋଲି ଅନୁମାନ କରାଯାଉଥିବା ବେଳେ ରାଜ୍ୟ ସରକାର ସମସ୍ତ ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ବ୍ୟାପକ ବ୍ୟବସ୍ଥା କରିଛନ୍ତି। ଏହି ପରିପ୍ରେକ୍ଷୀରେ ଉତ୍ତରାଖଣ୍ଡର ମୁଖ୍ୟ ଶାସନ ସଚିବ ରାଧା ରତୁରୀ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଏକ ଚିଠି ଜାରି କରି ଯାତ୍ରାର ପ୍ରାରମ୍ଭିକ ୧୫ ଦିନ ମଧ୍ୟରେ ବିଶେଷ କରି କେଦାରନାଥ ଧାମକୁ ଭିଆଇପି ଗସ୍ତକୁ କମ୍ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏଥିସହ ହାଇକୋର୍ଟ ରେଜିଷ୍ଟ୍ରାରଙ୍କୁ ଏହି ବ୍ୟବସ୍ଥା ସମ୍ପର୍କରେ ଉପଯୁକ୍ତ ଭାବେ ଅବଗତ କରାଯାଉଛି।
ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ବ୍ୟକ୍ତିଗତ ଭାବେ ଏକ ଦିବ୍ୟ ଓ ଭବ୍ୟ ତୀର୍ଥଯାତ୍ରା ଅନୁଭୂତି ସୁନିଶ୍ଚିତ କରିବା ପାଇଁ ପ୍ରସ୍ତୁତିର ତଦାରଖ କରିବା ସହ ସୁରୁଖୁରୁରେ ଓ ସୁରକ୍ଷିତ ଚାରି ଧାମ ଯାତ୍ରା ପାଇଁ ସରକାରଙ୍କ ଅତୁଟ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ସେପଟେ କୌଣସି ଜାଲିଆତିକୁ ରୋକିବା ପାଇଁ ସରକାରୀ IRCTC ଜରିଆରେ ଚାରିଧାମ ଯାତ୍ରା ପାଇଁ ହେଲିକପ୍ଟର ସେବା ବୁକ୍ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି।
ଚାରିଧାମ ଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ: ଭିଆଇପି ଗସ୍ତକୁ କମ୍ କରିବା ଉପରେ ଗୁରୁତ୍ୱାରୋପ
Popular Categories



