www.samajalive.in
Friday, December 5, 2025
26.1 C
Bhubaneswar

ଦିନେ ମୋଦୀଙ୍କ ପ୍ରଶଂସକ ଥିଲେ, ଏବେ ତାଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ ଏହି ହାସ୍ୟାଭିନେତା

ନୂଆଦିଲ୍ଲୀ: ଏକଦା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସକ ଥିବା ଲୋକପ୍ରିୟ ହସ୍ୟାଭିନେତା ଶ୍ୟାମ ରଙ୍ଗିଲା ଏବେ ମୋଦୀଙ୍କ ବିରୋଧରେ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଉତ୍ତରପ୍ରଦେଶର ବାରାଣସୀ ଲୋକସଭା ନିର୍ବାଚନମଣ୍ଡଳୀରୁ ମୋଦୀଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଘୋଷଣା କରିଛନ୍ତି।
ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ’ରେ ସେ ଏକ ପେ୍ଧ୍ମୃ କରି ଏ ସମ୍ପର୍କରେ ଜଚ୍ଚାଇଛନ୍ତି। ସେ କହିଛନ୍ତି, ମୋ ପ୍ରାର୍ଥିତ୍ୱ ନେଇ ଘୋଷଣା କରିବା ପରେ ଆପଣମାନଙ୍କ ଭଲପାଇବା ଦେଖି ଅତ୍ୟନ୍ତ ଖୁସି ଅନୁଭବ କରୁଛି। ନାମାଙ୍କନପତ୍ର ଦାଖଲ ନେଇ ଖୁବ୍‌‌ଶୀଘ୍ର ଆପଣମାନଙ୍କୁ ସୂଚନା ଦେବି ବୋଲି ଶ୍ୟାମ ରଙ୍ଗିଲା ନିଜ ପ୍ରଶଂସକମାନଙ୍କ ଉଦ୍ଦେଶ୍ୟରେ କହିଛନ୍ତି।
ସେ ଏକ୍ସ’ରେ ଏକ ଭିଡିଓ ବାର୍ତ୍ତା ପୋଷ୍ଟ କରି ପ୍ରଧାନମନ୍ତ୍ରୀଙ୍କ “ସମସ୍ତଙ୍କୁ ନିଜ ଭାଷାରେ ଜବାବ ମିଳିବା ଦରକାର’’ ଟିପ୍ପଣୀର ନକଲ କରିବା ସହିତ ପ୍ରଧାମନ୍ତ୍ରୀଙ୍କୁ ବି ତାଙ୍କ ଭାଷାରେ ଜବାବ ଦେବା ପାଇଁ ସେ ବାରାଣସୀ ଆସୁଥିବା କହିଛନ୍ତି।
୧୯୯୪ରେ ଜନ୍ମିତ ଶ୍ୟାମ ରଙ୍ଗିଲା ରାଜସ୍ଥାନର ପିଲିବଙ୍ଗା ସହର ଅନ୍ତର୍ଗତ ମାନକଥେରି ଗ୍ରାମର ବାସିନ୍ଦା। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଷଣର ନକଲ କରି ଲୋକପ୍ରିୟତା ହାସଲ କରିଥିଲେ। ଗ୍ରେଟ୍‌‌ ଇଣ୍ଡିଆନ୍‌‌ ଲାଫ୍ଟର ଚ୍ୟାଲେଞ୍ଜରେ ସେ ମୋଦୀ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନକଲ କରି ଚର୍ଚାକୁ ଆସିଥିଲେ। ମିମିକ୍ରି ଏବଂ ଷ୍ଟାଣ୍ଡଅପ୍‌‌ କମେଡି ପାଇଁ ସେ ବେଶ୍‌‌ ପରିଚିତ। ଗତ ଏପ୍ରିଲ ୨୫ ତାରିଖରେ ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ବାରାଣସୀରୁ ସ୍ୱାଧୀନ ଭାବେ ପ୍ରାର୍ଥୀ ହେବା ନେଇ ଦର୍ଶକମାନଙ୍କୁ ପ୍ରଶ୍ନ କରିଥିଲେ। ପ୍ରଶଂସକମାନେ ହଁ ଭରିବା ପରେ ସେ ନିର୍ବାଚନରେ ମୋଦୀଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories