ସମାଜ ପୋର୍ଟାଲ ଡେସ୍କ: ଆସନ୍ତା ୨୧ ତାରିଖ ବର୍ଷର ପ୍ରଥମ ମହା ସୂର୍ଯ୍ୟ ପରାଗ। ପରାଗ ପ୍ରାୟ ୯ଟା ୧୫ ମିନିଟରେ ଆରମ୍ଭ ହୋଇ ମଧ୍ୟାହ୍ନ ୩ଟା ୦୪ ମିନିଟରେ ଶେଷ ହେବ। ଏହା ଏକ ବିରଳ ଏବଂ ଦୀର୍ଘ ସମୟ ବିଶିଷ୍ଟ ସୂର୍ଯ୍ୟ ପରାଗ। ତେବେ ପରାଗ ସମୟରେ ବିଭିନ୍ନ ଲୋକ ଭିନ୍ନ ଭିନ୍ନ ବିଧି ଆପଣାଇ ଅନେକ ଶୁଭ ଫଳ ପ୍ରାପ୍ତ କରିଥାଆନ୍ତି। ହେଲେ ଖୁବ୍ ଲୋକ ଏ ବିଷୟରେ ଅବଗତ ଯେ, କିଛି ଖାସ୍ ଚେର ମୂଳି ଏହିଦନ ଘରକୁ ଆଣିବା ଦ୍ୱାରା ଅଦ୍ଭୁତ ଲାଭ ମିଳିଥାଏ। ଏହାଦ୍ୱାରା ଅସାଧ୍ୟ କାର୍ଯ୍ୟ ମଧ୍ୟ ସମ୍ଭବ ହୋଇଥାଏ। ଏହି ଚେରମୂଳି ତନ୍ତ୍ର ବିଦ୍ୟାଠାରୁ ଆରମ୍ଭ କରି ଅନେକ କାର୍ଯ୍ୟରେ ଲାଗିଥାଏ। ତେବେ ଆସନ୍ତୁ ଜାଣିବା ପରାଗ ଦିନ କେଉଁ ସବୁ ଚେରମୂଳି ଘରକୁ ଆଣିବା ଦ୍ୱାରା ଶୁଭଫଳ ପ୍ରାପ୍ତ ହୋଇଥାଏ।
ଆପଣ ସୂର୍ୟ୍ୟ ପରାଗ ଦିନ ବେଲର ଚେର , କଳା ତୁଳସୀର ଚେର , ଶ୍ୱେତ ଅରଖ ଚେର , ପଳାଶ ଚେର , ଜୂଇ ଫୁଲ ଚେର , ଅଶ୍ୱତ୍ଥ ଚେର , ଅର୍ଜୁନ ଚେର , ବଟବୃକ୍ଷ ଚେର , ଗୋଖର ଚେର , ଅଁଳା ଚେର , କଣ୍ଟେଇ କୁଳି ଚେର, ନିମୂଳି ଲତା ଚେର , କେନ୍ଦୁ ଚେର , ଖଜୁରୀ ଚେର , ତାଳ ଚେର , ଦୟଣା ଚେର, ଅପରାଜିତା ଚେର , ନିମ୍ବ ଚେର ଡାଳିମ୍ବ ଚେର , ଯଜ୍ଞ ଚେର ଆଦି ଘରକୁ ଆଣନ୍ତୁ। ଏହାଦ୍ୱାରା ଶତ୍ରୁ ନାଶ ହେବା ଦ୍ୱାରା ସମସ୍ତ ଅସମ୍ଭବ କାର୍ଯ୍ୟ ସମ୍ଭବ ହୋଇଥାଏ। କୌଣସି ଖରାପ ଶକ୍ତି ଆପଣଙ୍କୁ ସ୍ପର୍ଶ କରିପାରିବ ନାହିଁ।



