ଭୁବନେଶ୍ୱର : ଆଜି ୨୦୨୦ ବର୍ଷର ସବୁଠାରୁ ବଡ଼ ସୂର୍ଯ୍ୟପରାଗ। ଭାରତ ବିଭିନ୍ନ ସ୍ଥାନରେ ଏହା ଦୃଶ୍ୟମାନ ହେବା ସହ ଓଡ଼ିଶାରେ ମଧ୍ୟ ପରାଗ ଆରମ୍ଭ ହୋଇଛି ଓ ଏଠାରେ ଏହା ଆଂଶିକ ଭାବେ ଦୃଶ୍ୟମାନ ହେଉଛି। ଏହା ଏକ ବଳୟ ଆକାରରେ ଦୃଶ୍ୟମାନ ହେଉଥିବା ସହ ବିଭିିନ୍ନ ସ୍ଥାନରେ ଲୋକେ ଏହା ଦେଖିବାକୁ ରହିଛନ୍ତି। ମାତ୍ର ଅନେକ ସ୍ଥାନରେ ଓ ରାଜଧାନୀ ଭୁବନେଶ୍ୱରରେ ପାଗ ମେଘୁଆ ରହିଥିବାରୁ ପଠାଣିସାମନ୍ତ ପ୍ଲାନିଟୋରିୟମରେ ଲୋକେ ଏହି ପରାଗ ଦେଖିବାରୁ ବଂଚିତ ରହିଛନ୍ତି ବୋଲି ସୂଚନା ମିଳିଛି। ଏହି ପରାଗ ସକାଳ ୧୦ଟା ୧୫ ରୁ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୨ଟା୨୦ରେ ଶେଷ ହେବ।



