ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି; ବରଗଡ଼ରେ ପ୍ରଥମ କରୋନା ମୃତ୍ୟୁ, ଗଞ୍ଜାମରେ ୭ମ
ଭୁବନେଶ୍ଵର: ରାଜ୍ୟରେ ରବିବାର ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨ଜଣଙ୍କ ମୃତ୍ୟୁ ଘଟିଛି। ୨ଜଣଙ୍କ ମୃତ୍ୟୁ ହୋଇଥିବା କରୋନା ରୋଗୀଙ୍କ ମଧ୍ୟରେ ବରଗଡ଼ର ଜଣେ ୭୬ ବର୍ଷୀୟ ପୁରୁଷ ଓ ଗଞ୍ଜାମର ୪୯ ବର୍ଷୀୟ ପୁରୁଷ ରହିଛନ୍ତି । ଉଭୟଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ଏଥିସହ କେବଳ ଗଞ୍ଜାମ ଜିଲାର ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଛି । ଜଣେ ମଧୁମେହ ଓ ଅନ୍ୟ ଜଣେ ଫୁସଫୁସ ଜନିତ ରୋଗରେ ପୀଡିତ ଥିବା ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ।
Another Covid positive 49 year old Male patient of Ganjam district passed away in hospital. He was also a patient of Chronic Obstructive Pulmonary Disease.
— H & FW Dept Odisha (@HFWOdisha) June 21, 2020
ସୂଚନା ଅନୁଯାୟୀ, ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ଟପିଛି । ଏଯାବତ ୨ ଲକ୍ଷ ୨୪ ହଜାର ୪୦୧ଟି ନମୁନା ମଧ୍ୟରୁ ୫୧୬୦ଟି ପଜିଟିଭ ଚିହ୍ନଟ ହୋଇଥିବା ବେଳ ୩୫୩୪ ସୁସ୍ଥ ହୋଇଛନ୍ତି । ୧୬୦୭ ଜଣ ସକ୍ରିୟ ଚିକିତ୍ସାଧୀନ ଅଛନ୍ତି । ମୃତ୍ୟୁ ସଂଖ୍ୟା ୧୪ରେ ପହଞ୍ଚିଛି ।
Comments are closed.