କେତକ ଦେଶରେ ପୁଣି ଇନଷ୍ଟାଗ୍ରାମ, ଫେସ୍‌ବୁକ୍‌ ଏବଂ ମେସେଜଂର ସେବା ପ୍ରଭାବିତ

ନୂଆଦିଲ୍ଲୀ – ପୁଣି କେତକ ଦେଶରେ ଇନଷ୍ଟାଗ୍ରାମ, ଫେସ୍‌ବୁକ୍‌ ଏବଂ ମେସେଜଂର ସେବା ପ୍ରଭାବିତ ହୋଇଯାଇଛି । ଏହାର ବ୍ୟବହାରକାରୀମାନେ ଏହି ସାମାଜିକ ଗଣମାଧ୍ୟମକୁ ବ୍ୟବହାର କରିପାରୁ ନଥିବା ଅଭିଯୋଗ କରିଛନ୍ତି ।

 

ପରେ ଏହି ସବୁ ସାମାଜିକ ଗଣମାଧ୍ୟମ ସ୍ୱାଭାବିକ ଅବସ୍ଥାକୁ ଆସିଥିଲା । ଏଗାର ହଜାରରରୁ ଅଧିକ ବ୍ୟବହାରକାରୀ ଇନଷ୍ଟାଗ୍ରାମ, ଫେସ୍‌ବୁକ୍‌ ଏବଂ ମେସେଜଂର ଧୀର ହୋଇଯାଇଥିବା କଥା ପ୍ରକାଶ କରିଥିଲେ ।

ଅକ୍ଟୋବର ୨୫ ତାରିଖରେ ହ୍ୱାଟସଆପ୍‌ କାମ କରି ନଥିଲା । ଏଥିପାଇଁ ଏହାର ବ୍ୟବହାରକୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ପରେ ସର୍ଭରରେ ଅସୁବିଧା ଯୋଗୁଁ ଏହା କାମ କରୁ ନଥିବା ମେଟା ପକ୍ଷରୁ ସୂଚନା ଦିଆଯାଇଥିଲା ।

Comments are closed.