ସ୍ନାନରତ ମହିଳାଙ୍କ ଆପତ୍ତିଜନକ ଭିଡିଓ ଚିତ୍ର ଉତ୍ତୋଳନ, ମେଟାକୁ କୈଫିୟତ ମାଗିଲା ୟୁପି ପୁଲିସ

ପ୍ରୟାଗରାଜ : କେତେକ ଖଳ ପ୍ରକୃତିର ଲୋକେ ମହାକୁମ୍ଭରେ ବୁଡ଼ ପକାଉଥିବା ମହିଳା ଓ ଯୁବତୀଙ୍କର ଆପତ୍ତିଜନକ ଭିଡିଓକୁ ସାମାଜିକ ଗଣମାଧ୍ୟମରେ ଅପଲୋଡ କରୁଥିବା ଜଣାପଡିଛି। ଏହି ପରିପ୍ରେକ୍ଷୀରେ ଉତ୍ତର ପ୍ରଦେଶ ପୁଲିସ ପକ୍ଷରୁ ଇନ୍‌ଷ୍ଟାଗ୍ରାମର ମୂଳ  କମ୍ପାନୀ ମେଟାକୁ କୈଫିୟତ ତଲବ କରାଯାଇଛି। ଏହି ଆକାଉଣ୍ଟ ଚଳାଉଥିବା ବ୍ୟକ୍ତିଙ୍କ ପରିଚୟ ପ୍ରଦାନ କରିବାକୁ ମେଟାକୁ ନିର୍ଦେଶ ଦିଆଯାଇଛି। ଏହି ସୂଚନା ମିଳିବା ପରେ ସଂପୃକ୍ତ ବ୍ୟକ୍ତିକୁ ଗିରଫ କରାଯିବ ବୋଲି ପୁଲିସ କହିଛି। ସେହିପରି ଟେଲିଗ୍ରାମ ପ୍ଲାଟଫର୍ମର ଜଣେ ଉପଭୋକ୍ତା ଏଭଳି ସ୍ନାନରତ ମହିଳାଙ୍କ ଫଟୋ ବିକ୍ରି କରିବାକୁ ବିଜ୍ଞାପନ ଦେଇଥିବା ଜଣାପଡିଛି। ସଂପୃକ୍ତ ଚ୍ୟାନେଲ ବିରୋଧରେ ପୁଲିସ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ମହାକୁମ୍ଭରେ ସ୍ନାନ କରୁଥିବା କିମ୍ବା ପୋଷାକ ବଦଳାଉଥିବା କେତେକ ମହିଳା ଶ୍ରଦ୍ଧାଳୁଙ୍କ ଫଟୋ ଓ ଭିଡିଓକୁ ଏଭଳି ଅସାମାଜିକ ବ୍ୟକ୍ତିମାନେ ସାମାଜିକ ଗଣମାଧ୍ୟମରେ ଅପ୍‌ଲୋଡ କରୁଥିବା ପୁଲିସ ଜାଣିବାକୁ ପାଇଛି।

Comments are closed.