ଯଜ୍ଞ ବରାହ ମନ୍ଦିରରେ ସ୍ନାନପୂର୍ଣ୍ଣିମା ପାଳିତ

ସମ୍ବଲପୁର – ସମ୍ବଲପୁରର ନନ୍ଦପଡା ସ୍ଥିତ ଅନ୍ୟତମ ପୁରାତନ ଯଜ୍ଞ ବରାହ (ଜଗନ୍ନାଥ) ମନ୍ଦିର ଠାରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ ହୋଇଯାଇଛି । ଏହି ଅବସରରେ ଚୁତାର୍ଦ୍ଧାମୂର୍ତ୍ତୀ ଙ୍କ ଗଜାନନ ବେଶ ଅନୁଷ୍ଠିତ ହୋଇଥିଲା । ମଙ୍ଗଳବାର ପୂର୍ବାହ୍ନରେ ବିଭିନ୍ନ ନିତି ସହିତ ମଙ୍ଗଳ ଆଳତୀ ହୋଇଥିଲା ।

prayash

ମନ୍ଦିରରେ ଚୁତାର୍ଦ୍ଧାମୂର୍ତ୍ତୀ ଙ୍କୁ ରତ୍ନ ସିଂହାସନରୁ ସ୍ନାନ ମଣ୍ଡପ କୁ ଧାଡି ପହଣ୍ଡିରେ ପାଛୋଟି ଅଣାଯିବା ପରେ ଅପରାହ୍ନ ୪ଟା ସମୟରେ ପାରମ୍ପରିକ ରିତିନିତି ଅନୁଯାୟୀ ପୁଜାର୍ଚ୍ଚନା ଓ ସ୍ନାନ ନିତି ଆରମ୍ଭ କରାଯାଇଥିଲା । ପବିତ କଂସା ପାତ୍ର (ଗରିଆ) ରେ ସୁବାଷିତ ଜଳ (ସର୍ବେସଧି, ଚନ୍ଦନ, ଅଗରୁ, କର୍ପୁର, ଗୋଲାପ ଜଳ ଓ ବିଭିନ୍ନ ତୀର୍ଥର ପବିତ୍ର ଜଳରେ ମହାପ୍ରଭୁ ମାନଙ୍କ ସ୍ନାନ ନିତି ସମ୍ପନ୍ନ କରାଯାଇଥିଲା । ସ୍ନାନ ନିତି ପରେ ଚୁତାର୍ଦ୍ଧାମୂର୍ତ୍ତୀ ଙ୍କୁ ଗଜାନନ ବେଶରେ ସୁସଜ୍ଜିତ କରାଯାଇଥିଲା । ମହାପ୍ରଭୁ ମାନଙ୍କର ଏହି ମନୋରମ ବେଶ ଦୃଶ୍ୟ ଦର୍ଶନ କରିବାକୁ ଶ୍ରଦ୍ଧାଳୁ ମାନଙ୍କର ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । ଘଣ୍ଟ, ଶଙ୍ଖ, ମହୁରୀ, ଗିନି, ମୃଦୁଙ୍ଗ ଆଦି ପାରମ୍ପରିକ ବାଦ୍ୟଯନ୍ତ୍ରରେ ମନ୍ଦିର ତଥା ଆଖପାଖ ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ।

ଏହି ଧାର୍ମିକ ପୂଜା କାର୍ଯ୍ୟକୁ ମନ୍ଦିର ପୂଜକ ରାକେଶ ବଡପଣ୍ଡା ଓ ବାପି ହୋତା ସମ୍ପନ୍ନ କରିଥିଲେ । ଏଥି ଶ୍ରଦ୍ଧାଳୁ ମାନେ ସେବା କାର୍ଯ୍ୟରେ ସକ୍ରିୟ ସହାୟତା କରିଥିବା ବେଳେ ସନ୍ଧ୍ୟା ସମୟରେ ଚୁତାର୍ଦ୍ଧାମୂର୍ତ୍ତୀ ଙ୍କୁ ଅଣସର ଗୃହକୁ ନିଆଯାଇଥିଲା ।

Comments are closed.