ରେଳ ଧାରଣାରୁ ଯୁବକଙ୍କ ମୃତଦେହ ଜବତ
ରେଙ୍ଗାଲିକ୍ୟାମ୍ପ: ସମ୍ବଲପୁର ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ଦେବାହାଲ ନିକଟ ରେଳଧାରଣାରୁ ଶୁକ୍ରବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଯୁବକଙ୍କ ପରିଚୟ ମିଳିନାହିଁ। ବୟସ ପ୍ରାୟ ୨୫ରୁ ୩୦ ବର୍ଷ ମଧ୍ୟରେ ହେବ। ଜିଆରପି ଏଏସଆଇ ଜୋତ୍ସ୍ନାରାଣୀ ମହାନ୍ତି ସଦଳବଳ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବଦ କରିଛନ୍ତି। ଟ୍ରେନରେ କଟି ଯୁବକଙ୍କ ମୃତ୍ୟୁ ଘଟିଥିବା ପୁଲିସ ଅନୁମାନ କରୁଛି। ମୃତଦେହ ବ୍ୟବଚ୍ଛେଦ ପାଇଁ ବୁର୍ଲା ଡାକ୍ତରଖାନାକୁ ପଠାଇ ଦିଆଯାଇଛି। ଯୁବକ ଜଣକ ଆତ୍ମହତ୍ୟା କରିଛନ୍ତି କି ଘଟଣା ପଛରେ ଅନ୍ୟ କୌଣସି ରହସ୍ୟ ରହିଛି ସେ ଦିଗରେ ପୁଲିସ ତଦନ୍ତ ଚଳାଇଛି।
Comments are closed.