www.samajalive.in
Sunday, December 14, 2025
17.1 C
Bhubaneswar

ରାଜ୍ୟସ୍ତରୀୟ ଯୁବ ଉତ୍ସବ ପାଇଁ ୨୯ ଜଣ ମନୋନୀତ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଜାତୀୟ ଯୁବ ଉତ୍ସବ-୨୦୨୫ ପାଳନ ଉପଲକ୍ଷେ ଫୁଲବାଣୀସ୍ଥିତ ସରକାରୀ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟ ଅଡିଟୋରିୟମରେ ଶୁକ୍ରବାର ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇ, ସରକାରୀ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟ ଅଧ୍ୟକ୍ଷ ମଧୁପ ସୁନା , ଜିଲା ଯୁବ ଅଧିକାରୀ ନେହେରୁ ଯୁବ କେନ୍ଦ୍ରର ନଭନୀଦ କୁମାର, ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ, ଜିଲା କ୍ରୀଡ଼ା ଅଧିକାରୀ ସମୀର ନାୟକ, କନ୍ଧମାଳ ସାଂସଦ ପ୍ରତିନିଧି ଶଙ୍କର ବେହେରା, ସରକାରୀ ସି.ଟି.ଅନୁଷ୍ଠାନର ଟି.ଇ କୃଷ୍ଣଚନ୍ଦ୍ର ଓ ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ  ପ୍ରଭାକର ମହାରଣା ପ୍ରମୁଖ ଯୋଗଦେଇଥିଲେ। ଅନୁଷ୍ଠିତ ୮ ଗୋଟି ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଭାମାନେ ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ସ୍ତରୀୟ ଯୁବ ଉତ୍ସବରେ ଭାଗନେବେ ବୋଲି ଜିଲା ସଂସ୍କୃତି ଅଧିକାରୀ ପ୍ରକାଶ କରିଥିଲେ। ପ୍ରତିଯୋଗିତାରେ ଦଳଗତ ଲୋକ ନୃତ୍ୟରେ ଫୁଲବାଣୀର ନୂତନ କଳା ସଂସଦ, ସୋଲୋ ଲୋକନୃତ୍ୟରେ ସୁଶ୍ରୀ ନିହାରିକା ନାୟକ, ଦଳଗତ ଲୋକ ସଙ୍ଗୀତରେ ଫ୍ରେଣ୍ଡ୍ସ କ୍ଲବ ଫୁଲବାଣୀ, ଏକକ ଲୋକ ସଙ୍ଗୀତରେ ଚିନ୍ମୟ ବେହେରା, ହିନ୍ଦୀ କବିତା ଲିଖନରେ ପ୍ରଭାକର ନନ୍ଦ, ଇଂରାଜୀ କବିତା ଲିଖନରେ ଝରଣାରାଣୀ ଭେସ୍ରା, ହିନ୍ଦୀ ଗଳ୍ପ ଲିଖନରେ ମନୋବିନା ପ୍ରିୟଦର୍ଶନୀ, ଇଂରାଜୀ ଗଳ୍ପ ଲିଖନରେ ସ୍ୱେତା ନାୟକ, ଚିତ୍ରକଳାରେ ଅପରାଜିତା କହଁର,  ହିନ୍ଦୀ ଔପଚାରିକ ବକ୍ରୃତାରେ ଚିରଞ୍ଜିବୀ ଗୋଚ୍ଛାୟତ ଏବଂ ଇଂରାଜୀ  ଔପଚାରିକ ବତ୍କୃତାରେ ସୌମ୍ୟ ରଞ୍ଜନ ସାହୁ ପ୍ରମୁଖ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସମୁଦାୟ ୨୯ ଜଣ ଆସନ୍ତା ୨୦ ତାରିଖ ଦିନ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories