www.samajalive.in
Sunday, December 14, 2025
26.1 C
Bhubaneswar

ଶିକ୍ଷକ ବଦଳି ପ୍ରତିବାଦରେ ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ ଖଜୁରୀପଡା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀ ନିୟମିତ ଆସୁ ନ ଥିବା ଏବଂ ନୂତନ ଭାବରେ ଆସିଥିବା ଶିକ୍ଷକଙ୍କୁ ୫ ଦିନ ଭିତରେ ଅନ୍ୟତ୍ର ବଦଳି କରାଯାଇଥିବାରୁ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହା ପ୍ରତିବାଦରେ ଅଭିଭାବକ ଏବଂ ଗ୍ରାମବାସୀ ଶୁକ୍ରବାର ବିଦ୍ୟାଳୟରେ ତାଲା ପକାଇ ଦେଇଥିଲେ। ଅଭିଭାବକଙ୍କ କହିବା ଅନୁସାରେ, ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷୟିତ୍ରୀ ନିୟମିତ ଆସୁ ନ ଥିବାରୁ ଅଭିଭାବକ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ବିଦ୍ୟାଳୟ ସଭାପତି ହେମନ୍ତ କହଁର ଏ ନେଇ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଲିଖିତ ଭାବରେ ଜଣାଇଥିଲେ। ତଥାପି ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୁରୁତ୍ୱ ଦେଇ ନ ଥିଲେ। ପରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ପରବର୍ତ୍ତୀ ସମୟରେ ଗତ ୨ ତାରିଖରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ରମେଶ କହଁର ନାମକ ଜଣେ ଶିକ୍ଷକଙ୍କୁ ବିଦ୍ୟାଳୟରେ ନିଯୁକ୍ତି ମିଳିଥିଲା। ଶିକ୍ଷକ ଜଣକ ଆସି ମାତ୍ର ୨ ଦିନ ପାଠ ପଢ଼ାଇଥିବା ବେଳେ ପୁଣି ୭ ତାରିଖରେ ତାଙ୍କୁ ଅନ୍ୟ ଏକ ବିଦ୍ୟାଳୟକୁ ବଦଳି କରାଯାଇଥିଲା। ଅଭିଭାବକ ଏବଂ ଗ୍ରାମବାସୀ ଏହା ଜାଣିବା ପରେ ଅସନ୍ତୋଷ ବ୍ୟକ୍ତ କରି ବିଦ୍ୟାଳୟରେ ତାଲା ପକାଇଥିଲେ। ଫଳରେ ଛାତ୍ରଛାତ୍ରୀ ଏବଂ ଶିକ୍ଷୟିତ୍ରୀମାନେ ବାରଣ୍ଡା ଏବଂ ବାହାରେ ବସି ରହିଥିଲେ। ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶିବାଜୀ କହଁର ଏବଂ ସିଆରସି ରାଜେଶ କୁମାର ନାୟକ ଖବରପାଇ ବିଦ୍ୟାଳୟକୁ ଯାଇ ଅଭିଭାବକମାନଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ ସେମାନେ ତୁରନ୍ତ ଶିକ୍ଷକଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିବାକୁ ଜିଦ ଧରିଥିଲେ। ୫ ଘଣ୍ଟା ଧରି ଆଲୋଚନା ପରେ ଉଭୟେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଏବଂ ସିଆରସି ଉକ୍ତ ଶିକ୍ଷକଙ୍କୁ ଫେରାଇ ଆଣିବାକୁ ଲିଖିତ ପ୍ରତିଶ୍ରୁତି ଦେବା ପରେ ଅଭିଭାବକମାନେ ବିଦ୍ୟାଳୟରୁ ତାଲା ଖୋଲିଥିଲେ। ବର୍ତମାନ ଫିରିଙ୍ଗିଆ ବ୍ଲକରେ ଦାୟିତ୍ୱ ରେ ଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀ ୨ଟି ବ୍ଲକ ଦାୟିତ୍ୱରେ ଥିବାବେଳେ ଠିକ ଭାବରେ ଫିରିଙ୍ଗିଆ ବ୍ଲକରେ ରହୁନଥିବାରୁ ଶିକ୍ଷା ବ୍ୟବସ୍ଥା ଭୁଶୁଡି ପଡ଼ିଥିବା ନଜର ଆସିଛି। ପ୍ରାୟ ସମୟରେ ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହୁ ନ ଥିବା ବେଳେ ଅଧିକାଂଶ ଉପାନ୍ତ ଅଞ୍ଚଳର ବିଦ୍ୟାଳୟରେ ମଧ୍ୟ ତାଲା ଝୁଲୁଥିବା ଦେଖିବାକୁ ମିଳୁଛି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories