www.samajalive.in
Monday, December 15, 2025
14.1 C
Bhubaneswar

ସାରଥୀ ଧାମରେ ସ୍ନାନଯାତ୍ରା

ପାତ୍ରପୁର: ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଜରଡ଼ା ସାରଥୀ ଧାମରେ ଦେବ ସ୍ନାନ ଉତ୍ସବ ପାଳନ କରାଯାଇଛି। ପରିଚାଳକ, ମୁଖ୍ୟ ପୁରୋହିତ, ପୂଜକ ଓ ଅଠର ଜଣ ଦଇତାପତିଙ୍କୁ ନେଇ ବିଧି ପୂର୍ବକ ମହାପ୍ରଭୁଙ୍କ ସ୍ନାନଯାତ୍ରା ସମାପନ କରାଯାଇଛି। ବ୍ରହ୍ମ ମୁହୂର୍ତ୍ତରେ ଆନ୍ଧ୍ରପ୍ରଦେଶ ବାରୁଆ ମହୋଦଧିରୁ ଜଳ ଆଣି ୧୦୮ କଳସ ଜଳରେ ଶୁଦ୍ଧ ଗଙ୍ଗାଜଳ ମିଶ୍ରିତ କରି ମହାପ୍ରଭୁଙ୍କୁ ସ୍ନାନ କରାଯାଇ ଅପରାହ୍ନ ୨ ଘଣ୍ଟା ସମୟରେ ଗଜାନନ ବେଶ କରାଯାଇଥିଲା। ପରେ ମହାପ୍ରଭୁଙ୍କୁ ଅଣସର ଗୃହକୁ ନିଆଯାଇଥିବା ବେଳେ ରଥଯାତ୍ରା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନରୁ ଭକ୍ତ ବଞ୍ଚିତ ରହିବେ। ଏହି ସ୍ନାନ ଯାତ୍ରାରେ ବଡ଼ପଣ୍ଡା ତଥା ମୁଖ୍ୟ ପୁରୋହିତ, ପରିଚାଳକଙ୍କ ସମେତ ଅଠର ଜଣ ଦଇତାପତି ସହଯୋଗ କରିଥିଲେ। ସେହିପରି ଏହି ଅଂଚଳର ପାତ୍ରପୁର, ପଦାଦିଗି, ସୁରଙ୍ଗୀ, ନୂଆଗଡ, ଭ୍ରମରପୁର ଆଦି ସ୍ଥାନରେ ଥିବା ମନ୍ଦିରରେ ଦେବ ସ୍ନାନ ପୂର୍ଣ୍ଣମୀ ଯଥାରୀତି ଅନୁଯାଇ ପାଳନ କରାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories