ପୁରୀ ସମୁଦ୍ରରେ ବୁଡ଼ି ନାବାଳକ ମୃତ, ୨ ଉଦ୍ଧାର

ପୁରୀ: ପୁରୀ ସମୁଦ୍ରରେ ବୁଡ଼ି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ଏଥିସହ ଅନ୍ୟ ୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ପୂର୍ଣ୍ଣମୀ ଯୋଗୁ ସମୁଦ୍ର ଜୁଆରିଆ ଥିବା ବେଳେ ରବିବାର ନିରଜ ଚାନ୍ଦ(୧୪) ନାମକ ନାବାଳକ ଗାଧୋଇବାକୁ ଯାଇ ସମୁଦ୍ରରେ ବୁଡ଼ି ପ୍ରାଣ ହରାଇଛନ୍ତି। ନିରଜଙ୍କ ଘର ରାଜସ୍ଥାନରେ ବୋଲି ଜଣାପଡ଼ିଛି। ଅପରପକ୍ଷେ, ଭୁବନେଶ୍ବର ତମଣ୍ଡୋର ଜ୍ୟୋତି ଶଙ୍କର ସାହୁ ଏବଂ ସୌମ୍ୟ ରଞ୍ଜନ ନାୟକଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ସଦର ମହକୁମା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Comments are closed.