www.samajalive.in
Tuesday, December 9, 2025
16.1 C
Bhubaneswar

ବର୍ଷାଦିନେ ସାପ ଭୟ, ମନୁଷ୍ୟ ପାଇଁ ବିପଦ

ଭୁବନେଶ୍ବର: ବର୍ଷାଦିନେ ସମସ୍ତଙ୍କ ମନରେ ସାପ ଭୟ ରହିଥାଏ। ଏହି ଋତୁରେ ଗାତ, ଫାଟରେ ପାଣି ପଶିଯିବାରୁ ସାପ ଏଣେତେଣେ ବୁଲିଥାନ୍ତି। ଅନେକ ସମୟରେ ବାହାରେ ଥିବା ଜୋତା, ସାଇକଲ, ଗାଡ଼ି ଚକ, କାନ୍ଥରେ ଥିବା କପଡ଼ା, ଘର ନିକଟରେ ଥିବା ଫୁଲଗଛ, ଶୋ’ ଚାରା ଆଦିରେ ବିଷାକ୍ତ ସାପ ଲୁଚି ରହିଥାନ୍ତି। ପରେ ସେମାନେ ମଣିଷର କ୍ଷତି କରିଥାନ୍ତି। ସାପ କାମୁଡ଼ିଲେ ଯଦି ସଠିକ୍ ସମୟରେ ଚିକିତ୍ସା କରାନଯାଏ, ତେବେ ତାହା ମନୁଷ୍ୟ ପାଇଁ ବିପଦ ସାବ୍ୟସ୍ତ ହୋଇଥାଏ। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହେଉ କିମ୍ବା ଗ୍ରାମାଞ୍ଚଳଗୁଡ଼ିକରେ ସାପ କାମୁଡ଼ିଲେ ଡାକ୍ତରଖାନା ନେବା ପରିବର୍ତ୍ତେ ସେମାନେ ଦେଶୀ ଉପଚାର କିମ୍ବା ଝଡ଼ାଫୁଙ୍କାରେ ବିଶ୍ବାସ ରଖିଥାନ୍ତି। ସେଭଳି ନକରି ତୁରନ୍ତ ଡାକ୍ତରଖାନା ନେବାସହ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଚିକିତ୍ସା କରାଇବାକୁ ବିଶେଷଜ୍ଞ ପରାମର୍ଶ ଦିଅନ୍ତି।

କ’ଣ କରିବେ ?

  • ସାପକାମୁଡ଼ା ପରେ ଗୋଲଡେନ ଆୱାରକୁ ଗୁରୁତ୍ବ ଦିଆଯାଇଥାଏ।
  • ଦେଶୀ ଚିକିତ୍ସାକୁ ବାରଣ କରାଯାଇଛି। ବିଶେଷକରି ସାପ କାମୁଡ଼ି ଥିବା ବ୍ୟକ୍ତିଙ୍କୁ ଚଲାବୁଲା ନକରାଇ ତୁରନ୍ତ ନିକଟସ୍ଥ ଚିକିତ୍ସାଳୟ ନେବା ଆବଶ୍ୟକ।
  • ସାପ କାମୁଡ଼ିବା ପରେ ଭୟଭୀତ ହେବାକୁ ଦେବେନାହିଁ। ଅନେକ ସମୟରେ ସାପବିଷ ଅପେକ୍ଷା ଅଧିକ ଭୟସଞ୍ଚାର ବିପଦ ସାଜିଥାଏ। ଏହାଦ୍ବାରା ଉକ୍ତ ବ୍ୟକ୍ତିର ହୃଦ୍‌ଘାତରେ ମୃତ୍ୟୁ ହୋଇଥାଏ।
  • ଅନ୍ୟପକ୍ଷେ ଆଣ୍ଟିଭେନମର ପାର୍ଶ୍ବପ୍ରତିକ୍ରିୟା ରହିଥିବାରୁ ଅଭିଜ୍ଞ ଓ ପ୍ରଶିକ୍ଷଣ ନେଇଥିବା ଡାକ୍ତରଙ୍କ ନିକଟରେ ଚିକିତ୍ସା କରାଇବା ଆବଶ୍ୟକ।

Hot this week

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

Related Articles

Popular Categories