www.samajalive.in
Monday, December 8, 2025
14.1 C
Bhubaneswar

ନାଗକୁ ଛକିଲା ବିଲେଇ, ମାଲିକ ଘରକୁ ଛାଡ଼ିଲାନି ବାଟ

ଭୁବନେଶ୍ବର: ପୁରୁଣା ଭୁବନେଶ୍ୱର ଭୀମଟାଙ୍ଗିରେ ରହୁଥିବା ସମ୍ପଦ କୁମାର ପରିଡାଙ୍କ ଘର ଭିତରକୁ ଏକ ୪ ଫୁଟ ଲମ୍ବର ନାଗ ସାପ ପଶିବା ପାଇଁ ଚେଷ୍ଟା କଲା ବେଳେ ତାଙ୍କ ପୋଷା ବିଲେଇ ନାଗକୁ ବାଟ ଛାଡିଲା ନାହିଁ । ନାଗଟି ବାଟ ଭାଙ୍ଗି ଅଲଗା ବାଟରେ ଯିବାକୁ ଉଦ୍ୟତ ହେଲା ବେଳକୁ ବିଲେଇ ତାର ସମ୍ମୁଖକୁ ଯାଇ ବାଟ ଓଗାଳିଲା । ସାପ ଆଉ ବିଲେଇ ଲଢେଇକୁ ଦେଖି ସମ୍ପଦ ବାବୁ ଭୟ ପାଇଗଲେ । ଏଣେ ବିଲେଇକୁ ନାଗ ସାପ କାମୁଡ଼ିଲେ ତାର ମଧ୍ୟ ଜୀବନ ଯାଇପାରେ, ତେଣୁ ସମ୍ପଦ ବାବୁ ସ୍ନେକ ହେଲ୍ପ ଲାଇନକୁ ଉଦ୍ଧାର କରିବା ପାଇଁ ଅନୁରୋଧ କଲେ । ସ୍ନେକ ହେଲ୍ପ ଲାଇନ ସଦସ୍ୟ ଅରୁଣ କୁମାର ବରାଳ ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ ନାଗ ଫଣା ଟେକି ଠିଆ ହୋଇଥିବା ବେଳେ ବିଲେଇ ମଧ୍ୟ ତା ଦେହକୁ ଫୁଲେଇ ଠିଆ ହୋଇଥିଲା। ଉଭୟେ ପରସ୍ପରକୁ ଛକି ରହିଥିଲେ । ପ୍ରାୟ ୩୦ ମିନିଟ କାଳ ନାଗ ଓ ବିଲେଇ ମଧ୍ୟରେ ଛକା ପଞ୍ଝା ଲାଗି ରହିଥିଲା ।

ଅରୁଣ କାଳ ବିଳମ୍ବ ନ କରି ବିଲେଇକୁ ଆଡେଇ ଦେଇ ନାଗ ସାପର ଲାଙ୍ଗୁଡ଼କୁ ନିଜ ହୁକରେ ଟେକି ଦୂରକୁ ନେଇ ଯାଇଥିଲେ। ତା’ପରେ ନାଗଟିକୁ ବ୍ୟାଗରେ ପୁରାଇ ସହର ବାହାରେ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡ଼ି ଦେଇଥିଲେ । ଏଣେ ପୋଷା ବିଲେଇ ବିଷଧର ନାଗ ସହ ଲଢ଼ି ଘର ଭିତରକୁ ବାଟ ଛାଡି ନ ଦେଇ ପରିବାର ଲୋକଙ୍କ ଜୀବନ ବଞ୍ଚାଇଥିବାରୁ ସମ୍ପଦ ବାବୁଙ୍କ ଘର ଲୋକେ ପୋଷା ବିଲେଇ ପ୍ରତି ନିଜର କୃତଜ୍ଞତା ପ୍ରକାଶ କରିବାକୁ ଭୁଲି ନ ଥିଲେ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories