BJD Bijuli 480×75 Mob

ଭଦ୍ରାଙ୍କୁ ଆଳକରି ଭ୍ରଷ୍ଟାଚାର ଚଲାଇଛି ଗାନ୍ଧୀ ପରିବାର : ସ୍ମୃତି ଇରାନୀ

BJD Bijuli 480×75 Mob
0

ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟି ପୁଣିଥରେ କଂଗ୍ରେସ ଉପରେ ଭ୍ରଷ୍ଟାଚାର ଅଭିଯୋଗ କରିଛି। କେନ୍ଦ୍ରୀୟ ମନ୍ତ୍ରୀ ସ୍ମୃତି ଇରାନୀ ଏହି ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ଦୀର୍ଘ ୭୦ ବର୍ଷ ଧରି କଂଗ୍ରେସ ଭାରତରେ ଲୁଟ କରିଚାଲିଛି। କିନ୍ତୁ ଏବେ ପାରିବାରିକ ଭଷ୍ଟ୍ରାଚାର ଆରମ୍ଭ ହୋଇଛି। ଏହି ଦୁର୍ନିତିରେ ଗାନ୍ଧୀ-ଭଦ୍ରା ପରିବାର ସାମିଲ ଥିବା ସ୍ମୃତି ଇରାନୀ କହିଛନ୍ତି।
ସ୍ମୃତି ଇରାନୀ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଏହି ଅଭିଯୋଗ କରିଛନ୍ତି। ସେ ଆହୁରି କହିଛନ୍ତି ସୁତ୍ରରୁ ଖବର ମିଳିଛି ଯେ ଏଚ୍‍ ଏଲ ପାହବା ନାମକ ଏକ ବ୍ୟକ୍ତି ଉପରେ ଇଡି ରେଡ କରିବା ପରେ ଉକ୍ତ ବ୍ୟକ୍ତିର ରାହୁଲ ଗାନ୍ଧୀଙ୍କ ସହ ସମ୍ପର୍କ ଥିବା ଜଣାପଡିଛି। ରାହୁଲ ଗାନ୍ଧୀ ଓ ଏଚ ଏଲ ପାହବା ନାମକ ଜଣେ ବ୍ୟକ୍ତିଙ୍କ ମଧ୍ୟରେ ଜମି କିଣାବିକା ହୋଇଥିବା ଜଣାପଡିଛି।
ଏହି ଅଭିଯୋଗର କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯ୍ୟବାଲା ଜବାବ ଦେଇଛନ୍ତି। ସେ କହିଛନ୍ତି ବିଜେପି ନିଜକୁ ଲୋକସଭା ନିର୍ବାଚନରେ ହାରୁଥିବା ଦେଖିବାକୁ ମିଳିଛି। ଏଭଳି ରାଜନୀତିରେ ସ୍ମୃତି ଇରାନୀ ନିଜର ରାଜନୈତିକ ସନ୍ତୁଳନ ଠିକ କରିପାରୁନାହାନ୍ତି। ୫ବର୍ଷ ସରକାର ଚଳାଇବା ପରେ ଏବେ ଏହି କଥା ମନେପଡୁଛି ବୋଲି ସୂର୍ଯ୍ୟବାଲା କହିଛନ୍ତି। ସେ ଆହୁରି କହିଛନ୍ତି ମାର୍ଚ୍ଚ ୩ ତାରିଖରେ ରାହୁଲ ଗାନ୍ଧୀ ୩୬ଲକ୍ଷ ୪୭ ହଜାର ଟଙ୍କାରେ ଜମି କିଣିଥିଲେ। ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କୁ ଗିପ୍ଟ ଦେବା ପାଇଁ ଏହି ଜମି କିଣାଯାଇଥିବା ଜଣାପଡିଛି।

Leave A Reply