www.samajalive.in
Tuesday, December 9, 2025
15.1 C
Bhubaneswar

ଯାତନା ଦେଉଛି ସ୍ମାର୍ଟସିଟି-୨୦ : ସହିଦନଗରରେ ବିପର୍ଯ୍ୟସ୍ତ ପରିମଳ

ଉତ୍ତରଭୁବନେଶ୍ୱର : ସହରର ଭିଆଇପି ଅଞ୍ଚଳ କୁହାଯାଉଥିବା ସହିଦନଗର ଅଞ୍ଚଳବାସୀଙ୍କ ଚିନ୍ତା ବଢ଼ାଇଛି ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା। ସବୁଠାରୁ ବଡ଼ କଥା ହେଉଛି ଏହି ଅଞ୍ଚଳରେ ସ୍ମାର୍ଟସିଟିର କାର୍ଯ୍ୟାଳୟ ଥାଇ ମଧ୍ୟ ଏ ଅଞ୍ଚଳ ଅବହେଳିତ।
ସ୍ପର୍ଶ ହସ୍ପିଟାଲଠାରୁ ମାତ୍ର ୨୦୦ ମିଟର ଦୂରର ଚିତ୍ର ଦେଖିଲେ କେଉଁ ଅପନ୍ତରା ଗାଁ ରାସ୍ତାର ଭ୍ରମ ସୃଷ୍ଟି କରୁଛି। ବର୍ଜ୍ୟବସ୍ତୁ ପରିଚାଳନା ସଠିକ୍ ଭାବେ କରାଯାଉନଥିବା ଯୋଗୁଁ ବିଭିନ୍ନ ରାସ୍ତା ଏବଂ ବାହାରେ କୁଢ଼ କୁଢ଼ ଅଳିଆ ପଡ଼ି ରହୁଛି। ସହିଦନଗର ତଳଭାଗରେ ଥିବା ପ୍ଲଟ୍‌ ‘ଏ’ ଏବଂ ‘ବି’ ଓ ଓନର ଆସୋସିଏସନ ଗଳି ଦେଖିଲେ ରାସ୍ତା ଉପରେ କେଉଁଠି ବାଲି, ଗୋଡ଼ି, ମାଟି, ଆଉ କେଉଁଠି ଅଳିଆ ରାସ୍ତାସାରା ପଡ଼ିରହିଛି। ବିଭିନ୍ନ ସ୍ଥାନରେ ଦୋକାନ ଆଗରେ ପାର୍କିଂ ଏବଂ ଯାନବାହନ ବାଧକ ସାଜିଥିବା ବେଳେ ବିଭିନ୍ନ କାର୍ଯ୍ୟ ପାଇଁ ରାସ୍ତା ଖୋଳାଯାଉଛି।
ବିଏମ୍‌ସି କଲ୍ୟାଣମଣ୍ଡପ ସମ୍ମୁଖ ଗଳିରେ କୁଢ଼ କୁଢ଼ ଅଳିଆ ଏବଂ ପଚାସଢ଼ା ସାମଗ୍ରୀ ଗଦା ହୋଇଥିବା ବେଳେ ଗୋରୁ ଗାଈ ସେଗୁଡ଼ିକୁ ଖାଉଥିବା ଦେଖାଯାଉଛି। ସେହିପରି କଲ୍ୟାଣମଣ୍ଡପ ପଛଭାଗ ରାସ୍ତାରେ ଅଳିଆ ପଡୁଥିବା ବେଳେ ବିଏମ୍‌ସି କଲ୍ୟାଣ ମଣ୍ଡପ ରୋଷଶାଳାର ଅଳିଆ ଆବର୍ଜନା ଏବଂ ଧୁଆଯାଉଥିବା ପାଣି ରାସ୍ତା କଡ଼ ଡ୍ରେନ୍‌ରେ ଜମି ରହୁଛି। ଦୀର୍ଘ ଦିନ ରହିବା ଯୋଗୁଁ ପାଖ ଆଖ ଅଞ୍ଚଳ ଦୁର୍ଗନ୍ଧରେ ଫାଟି ପଡୁଛି। ସେହିପରି ଇମ୍ଫା ପାର୍କ ଏବଂ ଅନ୍ୟ ଗଳି ଦେଖିଲେ ରାସ୍ତା ଉପରେ ମାସ ମାସ ଧରି ଅଳିଆ ଗଦା ହୋଇ ରହିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। କିଛି ରାସ୍ତାର ଉଭୟ ପାର୍ଶ୍ବରେ ଅଳିଆ ଗଦା ହୋଇଥିଲେ ବି ଏହାକୁ ଉଠାଇବା ଲାଗି କୌଣସି ପଦକ୍ଷେପ ନିଆଯାଉ ନାହିଁ। ସହିଦନଗର ଉତ୍ତର ଭାଗର ପ୍ରତ୍ୟେକ ରାସ୍ତା ସଫା ସୁତରା ରହୁଥିବା ବେଳେ ତଳଭାଗରେ ଡ୍ରେନ୍‌, ରାସ୍ତା ଏବଂ ଅଳିଆ ଏକାକାର ଦୃଶ୍ୟ ଲୋକଙ୍କୁ ଅଡୁଆରେ ପକାଉଛି। ଏ ଦିଗରେ ବିଏମ୍‌ସି ଦୃଷ୍ଟି ଦେବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories