www.samajalive.in
Tuesday, December 9, 2025
15.1 C
Bhubaneswar

ବିଜେପି ବିଧାୟକଙ୍କୁ ଯୋତାରେ ବାଡେଇଲେ ବିଜେପି ସାସଂଦ

ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟି ସାସଂଦ ଶରଦ ତ୍ରିପାଠୀ ନିଜ ପାର୍ଟି ବିଧାୟକ ରାକେଶ ସିଂହ ବଘେଲଙ୍କୁ ଯୋତାରେ ନିର୍ଧୁମ ମାଡ ମାରିଛନ୍ତି। ସୂଚନା ଅନୁସାରେ ସନ୍ତ କବିର ନଗର ଠାରେ ଏକ ବୈଠକରେ ସାସଂଦ ଶରଦ ତ୍ରିପାଠୀ ଓ ବିଧାୟକ ରାକେଶ ସିଂହ ବଘେଲଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। କିନ୍ତୁ, ଆଖି ପିଛୁଳାକେ ଉଭୟ ନେତାଙ୍କ ମଧ୍ୟରେ ମାଡଗୋଳ ସ୍ଥିତି ଉପୁଜିଥିଲା। ପାଟିତୁଣ୍ଡ ପରେ ସାସଂଦ ଶରଦ ନିଜ ଯୋତା ବାହାର କରି ବିଧାୟକଙ୍କୁ ୮-୧୦ ଥର ମାଡ ମାରିଥିବାର ଦେଖିବାକୁ ମିଳିଥିଲା। ଏହାର ପ୍ରତି ଜବାବରେ ବିଧାୟକ ରାକେଶ ସିଂହ ସାସଂଦଙ୍କୁ ଚାପୁଡା ମାରିଥିଲେ। ସ୍ଥାନୀୟ ଲୋକ ଅଟକାଇବାକୁ ଚାହିଁଥିଲେ ମଧ୍ୟ ଦୁଇ ନେତାଙ୍କ ମାଡଗୋଳ ବନ୍ଦ ହେବାର ନା ନେଉନଥିଲା। ପରେ ଜଣେ ପୁଲିସ ଉଭୟ ନେତାଙ୍କୁ ଅଲଗା କରିଥିଲେ।
ଏହି ବୈଠକରେ ଜିଲାପାଳଙ୍କ ସମେତ ବହୁ ସ୍ଥାନୀୟ ନେତା ଥିବା ଜଣାପଡିଛି। ଏହି ଘଟଣା ଘଟିବା ପରେ ବିଧାୟକ ରାକେଶ ସିଂହ ବଘେଲଙ୍କ ସମର୍ଥକ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ବିଧାୟକଙ୍କୁ ମାଡ ମାରିବା ଘଟଣାରେ ସାସଂଦଙ୍କୁ ଗିରଫ କରିବା ଦରକାର ବୋଲି ଆନ୍ଦୋଳନକାରୀ ଦାବି କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories