www.samajalive.in
Monday, December 8, 2025
14.1 C
Bhubaneswar

ତ୍ୱଚା ପାଇଁ ସପ୍ତାହକୁ ଥରେ ବ୍ୟବହାର କରନ୍ତୁ ଚନ୍ଦନ ଓ ତୁଳସୀ

ପାଖୋଇ ଆସୁଛି ଖରାଦିନ। ମାତ୍ର ଏବେ ଠାରୁ ଖରାର ପ୍ରଭାବ ଅନୁଭବ ହେଲାଣି। ତ୍ୱଚା ପାଇଁ ଏପରି କିଛି ବିଶେଷ ଉପାୟ ଆପଣାନ୍ତୁ। ଯାହା ଖରାର ପ୍ରଭାବରୁ ତ୍ୱଚାକୁ ରକ୍ଷା କରିଥାଏ…..
ଖରାଦିନରେ ବାହାରକୁ ଯିବା ପୂର୍ବରୁ ନିଜ ମୁହଁ, ହାତ, ବେକରେ ସନକ୍ରିମ କିମ୍ବା ସନ ଲୋଶନ ଲଗାନ୍ତୁ। ମୁହଁରେ ସ୍କାର୍ଫ ବାନ୍ଧନ୍ତୁ।
ସପ୍ତାହକୁ ୨ ରୁ ୩ ଥର ଦହିରେ ବେସନ, ହଳଦୀ ଗୁଣ୍ଡ ମିଶାଇ ମୁହଁରେ ଲଗାନ୍ତୁ। ଏପରି କରିବା ଦ୍ୱାରା ମୁହଁର ରଙ୍ଗ ଗୋରା ରହିବା ସହ ମୁହଁ ଉଜ୍ଜ୍ୱଳ ଦେଖାଯାଏ।
ଆଖିତଳ ଓ ମୁହଁର ଯେଉଁ ଅଂଶ କଳା ପଡ଼ୁଛି ସେଠାରେ କାକୁଡ଼ିକୁ ପେଷି ଏହାର ରସକୁ ଲଗାନ୍ତୁ। ଏହି ସମସ୍ୟାରୁ ମୁକ୍ତି ମିଳିବ।
ବାହାରୁ ଘରକୁ ଆସିବା ପରେ ମୁହଁକୁ ଓଦା କପଡ଼ାରେ ପୋଛିବା ପରେ କ୍ଲିନଜିଂ ମିଲ୍କରେ ପୋଛନ୍ତୁ।
ସପ୍ତାହକୁ ୨ ରୁ ୩ ଥର ମୁହଁରେ ଘିକୁଆଁରୀ ଲଗାନ୍ତୁ। କିଛି ସମୟ ଲଗାଇ ମୁହଁରେ ରଖିବା ପରେ ଏହାକୁ ଧୋଇ ଦିଅନ୍ତୁ।
ଚନ୍ଦନ ଓ ତୁଳସୀକୁ ମିଶାଇ ଏହାକୁ ସପ୍ତାହକୁ ଥରେ ଲଗାନ୍ତୁ। ଏହାକୁ ମୁହଁରେ ଲଗାଇବା ଦ୍ୱାରା ମୁହଁ ଶୀତଳ ରହିବା ସହ ବିଭିନ୍ନ ଦାଗ ଦୂର ହୋଇଥାଏ।
ନିୟମିତ ରାତିରେ ଶୋଇବା ପୂର୍ବରୁ ମୁହଁକୁ ଗୋଲାପ ଜଳରେ ପୋଛି ଶୁଅନ୍ତୁ।
ଅଧିକରୁ ଅଧିକ ପାଣି ପିଅନ୍ତୁ। ଏହାସହ ବିଭିନ୍ନ ପ୍ରକାର ଫଳର ରସ ବା ଜୁସ ପ୍ରସ୍ତୁତ କରି ମଧ୍ୟ ପିଇ ପାରିବେ। ଏହା ତ୍ୱଚାକୁ ଉଜ୍ଜ୍ୱଳ କରିବା ସହ ଶରୀରକୁ ଆବଶ୍ୟକ ପରିମାଣରେ ଜଳୀୟଅଂଶ ମଧ୍ୟ ପ୍ରଦାନ କରିଥାଏ।
– ଦିନକୁ ୨ ଥର ନିଶ୍ଚୟ ନିଜେ ବ୍ୟବହାର କରୁଥିବା ଫେସ ୱ୍ୟାସରେ ମୁହଁ ଧୁଅନ୍ତୁ। ଏହା ତ୍ୱଚାକୁ ସଫା ରଖିବା ପାଇଁ ବେଶ ସହାୟକ ହୋଇଥାଏ।
– ସପ୍ତାହକୁ ୨ଥର ତ୍ୱଚାକୁ ସ୍କ୍ରବ ମଧ୍ୟ କରନ୍ତୁ।
– ଘରୁ ବାହାରିବା ପୂର୍ବରୁ ସନ୍ କ୍ରିମ ନିଶ୍ଚୟ ଳଗାନ୍ତୁ। ଏହା ସୂର୍ୟ୍ୟଙ୍କ ଠାରୁ ଆସୁଥିବା ଅତି ବାଇରଣୀ ରଶ୍ମୀ ଠାରୁ ତ୍ୱଚାକୁ ରକ୍ଷା କରିବାକୁ ବେଶ ସହାୟକ ହୋଇଥାଏ।
-ଖରାଦିନେ ଅଧିକ ମେକଅପ ଜିନିଷ (ପ୍ରସାଧନ ସାମଗ୍ରୀ) ବ୍ୟବହାର କରନ୍ତୁ ନାହିଁ। ଅତି ଆବଶ୍ୟକ ହେଲେ ହିଁ ବ୍ୟବହାର କରନ୍ତୁ।
– ସପ୍ତାହକୁ ୨ଥର ଟମାଟୋ ରସ କିମ୍ବା ଲେମ୍ବୁ ରସ ଓ ମହୁ ମୁହଁରେ ଳଗାନ୍ତୁ।
ଏହି ଟିପ୍ସ ଉଭୟ ଯୁବକ ଓ ଯୁବତୀ ଆପଣେଇ ପାରିବେ।

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories