www.samajalive.in
Sunday, December 14, 2025
17.1 C
Bhubaneswar

ବିଧାୟକଙ୍କୁ ଘେରିଲେ କମ୍ୟୁନିଟି କେଡର ମହିଳା

ସିମୁଳିଆ: ସାତ ମାସ ଧରି ପ୍ରାପ୍ୟ ନ ପାଇ ଜିପିଏଲଏଫ ମିଶନ ଶକ୍ତି ସଙ୍ଘର କର୍ମୀ ସଙ୍ଘର ଶତାଧିକ ମହିଳା ବିଧାୟକ ବାସଭବନ ସମ୍ମୁଖରେ ଧାରଣାରେ ବସିଥିଲେ । ବିଧାୟକ ବୁଝାମଣା କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।

ସୂଚନାରୁ ପ୍ରକାଶ ବାଲେଶ୍ବର ଜିଲା ସିମୁଳିଆ-ଖାଇରାର ବ୍ଲକର ୫୯ଟି ପଞ୍ଚାୟତର ଜିପିଏଲଏଫ ମିଶନ ଶକ୍ତି ସଙ୍ଘର କର୍ମୀ ସଙ୍ଘର ସଭାପତି ନିରୂପମା ନାୟକ ଓ ସମ୍ପାଦକ ଭାନୁମତି ପଣ୍ଡାଙ୍କ ନେତୃତ୍ୱରେ ୬ଗୋଟି କମ୍ୟୁନିଟି କେଡରର ଶତାଧିକ ମହିଳା ଏପ୍ରିଲ ମାସରୁ ଏମବିକେ, ସିଆରପି, କୃଷିମିତ୍ର, ପ୍ରାଣୀମିତ୍ର, ବ୍ୟାଙ୍କମିତ୍ର, ଏଲଏସପି ଆଦି ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡାଙ୍କ ମାର୍କୋଣାସ୍ଥିତ ବାସଭବନ ସମ୍ମୁଖରେ ଧାରଣାରେ ବସିଥିଲେ ।

- Advertisement -

ବିଧାୟକ ଶ୍ରୀ ପଣ୍ଡା ମହିଳାଙ୍କ ଧାରଣାସ୍ଥଳକୁ ଆସି ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ବିଧାୟକ ସଭାରେ ଏ ସଂକ୍ରାନ୍ତରେ ପ୍ରଶ୍ନକାଳ ଅବସରରେ ଉପସ୍ଥାପନ କରିବାକୁ ପ୍ରତିଶ୍ରୁତି ଦେବା ପରେ ଧାରଣା ସ୍ଥଳରୁ ଧାରଣା ପ୍ରତ୍ୟାହୃତ ହୋଇଥିଲା ।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories