www.samajalive.in
Sunday, December 14, 2025
19.1 C
Bhubaneswar

ଆୟୁର୍ବେଦ ହେଉଛି ବିଶ୍ୱକୁ ଭାରତର ଶ୍ରେଷ୍ଠ ଅବଦାନ-ବାଚସ୍ପତି

ଭୁବନେଶ୍ବର : ଆୟୁର୍ବେଦ ହେଉଛି ଭାରତର ସର୍ବ ପୁରାତନ ଚିକିସା ପଦ୍ଧତି। ଚରକ, ସୁଶୃତ ଓ ବାଗଭଟ ଏହାକୁ ମାନବ ଜାତିର କଲ୍ୟାଣ ଉଦେଶ୍ୟରେ ଉତ୍ସର୍ଗ କରିଥିଲେ ଓ ପ୍ରୟାଗ କରି ସଫଳ ହୋଇଥିଲେ। ଏବେ ଭାରତରେ ଆୟୁର୍ବେଦର ଲୋକପ୍ରିୟତା ବୃଦ୍ଧି ପାଉଥିବା ବେଳେ ବିଦେଶରେ ମଧ୍ୟ ଜନାଦୃତ ହେଉଛି। ବହୁ ପୁରାତନ ଓ ଜଟିଳ ରୋଗ ଆୟୁର୍ବେଦଦ୍ବାରା ସମ୍ପୂର୍ଣ ଭାବେ ମୂଳ ଉତ୍ପାଟନ ହେଉଥିବା ବେଳେ, ଅନୀୟମିତ ଜୀବନ ଶୈଳୀ , ସାମାଜିକ ଓ କାର୍ଯ୍ୟ ଚାପରୁ ସୃଷ୍ଟି ହେଉଥିବା ରୋଗ ଉପରେ ଏହା ନିଶ୍ଚିତ ଭାବେ ପ୍ରଭାବ ବିସ୍ତାର କାରୀ ବୋଲି ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ପ୍ରକାଶ କରିଛନ୍ତି।

ବାଚସ୍ପତି ତାଙ୍କର ବିଦେଶ ଗସ୍ତର ପ୍ରଥମ ଦିନରେ ଜାପାନର ଟୋକିଓ ଠାରେ ପହଞ୍ଚିଥିବା ବେଳେ ସେଠାରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଉଛସ୍ବିତସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଅବସରେ ବିଶ୍ବ ଆୟୁର୍ବେଦ ଦିବସ ଉପଲକ୍ଷେ ବାଚସ୍ପତି ନିଜର ମତ ଓ ବକ୍ତବ୍ୟ ଉପସ୍ଥାନ କରି କହିଲେ ଯେ ଆୟୁର୍ବେଦ ହେଉଛି ବିଶ୍ୱକୁ ଭାରତର ଶ୍ରେଷ୍ଟ ଅବଦାନ।

- Advertisement -

ଏହି କାର୍ଯ୍ୟକ୍ରମରେ ଭାରତ ପକ୍ଷରୁ ଜାପାନ ଠାରେ ଅବସ୍ଥିତ ରାଷ୍ଟ୍ରଦୂତ ସି ବି ଜର୍ଜ ଟୋକିଓ ସ୍ଥିତ ଭାତରୀୟ ଦୁତାବାସର ମୁଖ୍ୟ ଦେବଯାନୀ ଚକ୍ରବର୍ତୀ ଓସାକାର ପ୍ରଥମ ସଚିବ ଉଦିତ ଗୌରବ ଓ ଟୋକିଓ ଠାରେ ଥିବା ପ୍ରବାସୀ ଓଡ଼ିଶା ମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ। ଏଥିରେ ଓଡିଶୀ ନୃତ୍ୟ ପରିବେଷିତ ହୋଇଥିବା ବେଳେ ଉପସ୍ଥିତ ଜନତା ଓଡିଶୀ ଶୈଳୀ ଓ ପରମ୍ପରାର ଭୂୟସି ପ୍ରଶଂସା କରିଥିଲେ। ବାଚସ୍ପତିଙ୍କ ସହ ବିଦେଶ ଗସ୍ତରେ ଏହି କାର୍ୟକ୍ରମ ଅବସରେ ବିଧାନ ସଭାର ସଚିବ ଶ୍ରୀ ଦାଶରଥି ଶତପଥି ଉପସ୍ଥିତ ଥିଲେ।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories