www.samajalive.in
Saturday, December 13, 2025
27.1 C
Bhubaneswar

ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲର ସୁସ୍ଥ ପଞ୍ଚାୟତ ମାନଦଣ୍ଡ ପୂରଣ ସମ୍ପର୍କରେ ଫୁଲବାଣୀରେ ପ୍ରଶିକ୍ଷଣ

ଫୁଲବାଣୀ: ବିଶ୍ୱର ସାମ୍ପ୍ରତିକ ପରିସ୍ଥିତି ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ୨୦୩୦ମସିହା ସୁଦ୍ଧା ୧୭ଟି ମାନଦଣ୍ଡରେ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ ହାସଲ ନିମନ୍ତେ ମିଳିତ ଜାତିସଂଘରେ ଭାରତ ସମେତ ୧୯୩ଟି ସଦସ୍ୟରାଷ୍ଟ୍ର ସ୍ୱାକ୍ଷର କରିଛନ୍ତି। ଦାରିଦ୍ର୍ୟ ଦୂର କରି କ୍ଷୁଧା ମୁକ୍ତ ବିଶ୍ୱକୁ ଶାନ୍ତି ଓ ପ୍ରଗତିରେ ଆଗେଇ ନେବା ଦୀର୍ଘ ସ୍ଥାୟୀ ବିକାଶ ଲକ୍ଷ୍ୟର ମୁଖ୍ୟ ଉଦ୍ଦେଶ୍ୟ।ରାଜ୍ୟ ସରକାର ଘୋଷଣାର ଆଠ ବର୍ଷ ପରେ ଏହକୁ ଗୁରୁତ୍ୱ ଦେଇ ୨୦୩୦ମସିହା ସୁଦ୍ଧା ଏହି ଲକ୍ଷ୍ୟ ହାସଲ ପାଇଁ ପଦକ୍ଷେପ ନେଇଛନ୍ତି।ଗ୍ରାମାଞ୍ଚଳର ବିକାଶ ପ୍ରକ୍ରିୟାରେ ଦୀର୍ଘସ୍ଥାୟୀ ବିକାଶର ମାନଦଣ୍ଡକୁ କାର୍ଯ୍ୟାନ୍ୱୟନ ପାଇଁ ସରକାର ପ୍ରତି ଗ୍ରାମପଞ୍ଚାୟତରେ ୯ଟି ମାନଦଣ୍ଡକୁ ନେଇ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି।

ଏହି ଅବସରରେ ସୁସ୍ଥ ଗ୍ରାମ ପଞ୍ଚାୟତ ଗଠନ ପାଇଁ ଫୁଲବାଣୀ ପଞ୍ଚାୟତ ସମିତି ସଭାଗୃହରେ ଏକଦିବସୀୟ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଛି।ଫୁଲବାଣୀ ବ୍ଲକ ଅଧ୍ୟକ୍ଷା ସସ୍ମିତା କହଁର ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରତୀକ ସାହୁ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

- Advertisement -

୧୧ଟି ଗ୍ରାମ ପଞ୍ଚାୟତର ସରପଞ୍ଚ, ୱାଡମେମ୍ବର, ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ, ଆଶା ଓ ଅଙ୍ଗନବାଡି କର୍ମୀ ଯୋଗ ଦେଇଥିଲେ।ସୁସ୍ଥ ଗ୍ରାମ ପଞ୍ଚାୟତ ଗଠନର ଲକ୍ଷ୍ୟ ଉଦ୍ଦେଶ୍ୟ ଓ ଗ୍ରାମ ପଞ୍ଚାୟତର ଭୂମିକା ,ପଞ୍ଚାୟତରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ,ସମନ୍ୱିତ ଶିଶୁ ବିକାଶ ଯୋଜନା, ସ୍ୱଛଭାରତ ମିଶନ ସମ୍ପର୍କରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନର ଏମପ୍ୟାନେଲ ତାଲିମ ଦାତା ଅଶୋକ ପରିଡା ଓ ସ୍ୱାସ୍ଥ୍ୟ ବିଭାଗର ଡଃ ପ୍ରଶାନ୍ତ ମହାପାତ୍ର, ସିଡିପିଓ ବାଲିଗୁଡା କ୍ରିଷ୍ନା ପଣ୍ଡା, ଏନସିଡି ଅଶୋକ ସାହୁ ପ୍ରମୁଖ ତାଲିମ ପ୍ରଦାନ କରିଥିଲେ।

ଫୁଲବାଣୀ ବ୍ଲକ ଗ୍ରାମପଞ୍ଚାୟତ ଅଧିକାରୀ ମାନସ ପାଣିଗ୍ରାହୀ ତାଲିମ ପରିଚାଳନା କରିଥିବା ବେଳେ ବ୍ଲକର କର୍ମଚାରୀ ମାନେ ସହଯୋଗ କରିଥିଲେ। ୨୦୩୦ସୁଦ୍ଧା ସୁସ୍ଥ ଗ୍ରାମ ପଞ୍ଚାୟତ ଗଠନ ପାଇଁ ଗ୍ରାମ ପଞ୍ଚାୟତ ବିକାଶ ଯୋଜନା ପ୍ରଣୟନ ସହ ସ୍ଥାନୀୟ ଲୋକମାନେ ସ୍ୱାବଲମ୍ବୀ ହୋଇ କିଭଳି ଉପକୃତ ହେବେ ସେ ସମ୍ପର୍କରେ ବ୍ୟାପକ ଆଲୋଚନା କରାଯାଇଥିଲା।

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories