www.samajalive.in
Thursday, December 11, 2025
18.1 C
Bhubaneswar

ଆଖଣ୍ଡଳମଣିଙ୍କ ମନ୍ଦିରରେ  ଦୀପାବଳୀ ନୀତି ଚୂଡାନ୍ତ, ରାତ୍ର ୯ଟାରେ ମନ୍ଦିରଚୂଡାକୁ ଉଠିବ ମହାଦୀପ

ଆରଡି: ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ  ପବିତ୍ର ଦୀପାବଳୀରେ ମନ୍ଦିରଚୂଡାକୁ ଉଠିବ ମହାଦୀପ। ଏଥିପାଇଁ ଉଭୟ ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ଚୂଡାନ୍ତ ହୋଇଛି ନୀତି ତାଲିକା। ପବିତ୍ର ଦୀପାବଳି ଉତ୍ସବ ଦିନ ଭୋର ୪ଟାରେ ଦ୍ବାରଫିଟା ଯିବା ପରେ ମଙ୍ଗଳ ଆଳତୀ, ଘର୍ଷଣଲାଗି, ଜଳାଭିଷେକ ନୀତି ସମ୍ପନ୍ନ ହେବା ପରେ ନବବସ୍ତ୍ର ଲାଗି କରାଯାଇ ଦିଗମ୍ବର ବେଶରେ ସଜ୍ଜିତ କରାଯିବ।
ସକାଳ ୯ଟାରେ ପହଡଖିଆ ଅନ୍ନନୀତି, ମଧ୍ୟାହ୍ନ ୧ଟାରେ ଯୋଗୀବେଶ ଓ ବଡନୀତି, ୧ଘଣ୍ଟା ଅବକାଶ(ଶୟନ) ନୀତି ସମ୍ପନ୍ନ ହେବା ପରେ ଦୀପାବଳି ନୀତି ନିମନ୍ତେ ବାବାଙ୍କୁ ବଡସିଂହାର ବେଶରେ ସଜ୍ଜିତ କରାଯାଇ ସନ୍ଧ୍ୟାରେ ଭକ୍ତମାନଙ୍କ ଦ୍ବାରା ହଜାରହଜାର ଦୀପ ପ୍ରଜ୍ବଳନ କରାଯିବ। ସନ୍ଧ୍ୟା ୭ଟାରେ ମହାଦୀପ ପ୍ରସ୍ତୁତି କରାଯାଇ ଶୋଡଷ ଉପଚାରରେ ପୂଜାର୍ଚ୍ଚନା ଓ ଅଗ୍ନି ସଂଯୋଗ କରାଯିବା ପରେ ରାତ୍ର ୯ଟାରେ ମନ୍ଦିର ବେଢା ପରିକ୍ରମା କରାଯାଇ ମନ୍ଦିର ଚୂଡାରେ ସ୍ଥାପନ କରାଯିବ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories