www.samajalive.in
Wednesday, December 10, 2025
18.1 C
Bhubaneswar

ଠାକୁରମୁଣ୍ଡା ବ୍ଲକ ସ୍ତରୀୟ ଶିଶୁ  ମହୋତ୍ସବ ‘ସୁରଭି ୨୦୨୪ ‘ ଉଦଯାପିତ

ଠାକୁରମୁଣ୍ଡା:ଠାକୁରମୁଣ୍ଡା ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ  ‘ସୁରଭି ୨୦୨୪ ‘ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାକୁରମୁଣ୍ଡା ପରିସରରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସନ୍ତୋଷ ମିଶ୍ରଙ୍କ ସଭାପତିତ୍ୱରେ ଅୟୋଜିତ କାର୍ଯ୍ୟକ୍ରମର ଉଦଘାଟନ  ଉତ୍ସବରେ  ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସରୋଜିନୀ ମୁଣ୍ଡା  ଯୋଗ ଦେଇଥିଲେ ବେଳେ ସମ୍ମାନିତ  ଅତିଥି ଭାବେ ଉପାଧ୍ୟକ୍ଷ ସନ୍ତୋଷ କୁମାର ମହାନ୍ତ , ଏବିଇଓ ସଂଯୁକ୍ତା ନାୟକ, ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବଳରାମ  ସ୍ବାଇଁ, ମିଟୁଆଣିର ପ୍ରଧାନଶିକ୍ଷକ ସୁଦର୍ଶନ  ରାଉତ ପ୍ରମୁଖ ଯୋଗ ଦେଇଥିଲେ ।
ଏହି ଅବସରରେ ପ୍ରତେକ କ୍ଲଷ୍ଟର କୁନି କୁନି ଛାତ୍ର ଛାତ୍ରୀ ଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଯଥା ସଙ୍ଗୀତ, ଦଳଗତ ସଂସ୍କୃତିକ ନୃତ୍ୟ, ଡିବେଟ,ବକୃତା ଆଦି  ଅନୁଷ୍ଠିତ ହୋଇଥିଲା । କ୍ଲଷ୍ଟର ସ୍ତରରେ ଯେଉଁ ଛାତ୍ର ଛାତ୍ରୀ ମାନେ କୃତି ଅର୍ଜନ କରିଥିଲେ ସେମାନେ ବ୍ଲକ ସ୍ତରୀୟ ସୁରଭି ମହୋତ୍ସବରେ ଭାଗ ନେଇଥିଲେ । ଉଦଯାପନୀ କାର୍ଯ୍ୟକ୍ରମରେ  ମୁଖ୍ୟ ଅତିଥି ଭାବେ କରଞ୍ଜିଆ ବିଧାୟକ ପଦ୍ମଚରଣ  ହାଇବୁରୁ ଯୋଗଦେଇ କୃତି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।
ସମ୍ମାନୀତ  ଅତିଥି  ଭାବେ ବିଆରସିସି  ଦିଲ୍ଲୀପ  ଧଳ, ଏବିଇଓ  ସଂଯୁକ୍ତା  ନାୟକ, କେଜିବିଭି  ପ୍ରଧାନଶିକ୍ଷୟତ୍ରୀ ଜୟନ୍ତୀ ପଣ୍ଡା , ଦ୍ରୌପଦୀ ବାଳିକା  ବିଦ୍ୟାଳୟ ର ପ୍ରଧାନଶିକ୍ଷକ ମନୋରଞ୍ଜନ ମହାନ୍ତ ପ୍ରମୁଖ ମଞ୍ଚାସିନ ହୋଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହ କୃତ୍ତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।  ଏହି  ବ୍ଲକ ସ୍ତିରୀୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ଥିବା ଛାତ୍ର ଛାତ୍ରୀ ମାନେ  ଜିଲ୍ଲା ସ୍ତରୀୟ ସୁରଭି  କାର୍ଯ୍ୟ କ୍ରମକୁ ଯିବେ। ଏହି କାର୍ଯ୍ୟକ୍ରମରେ ସମସ୍ତ ସିଆରସିସି ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ।

Hot this week

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

Related Articles

Popular Categories