www.samajalive.in
Monday, December 8, 2025
24.1 C
Bhubaneswar

ଧନ୍‌ତେରାସ୍‌ରେ ଓଡ଼ିଶାରେ ସୁନା ବେପାର, ଦିନକରେ ୧୯୦ କୋଟି ଟପିଲା

ଭୁବନେଶ୍ବର: ଧନତେରାସ୍‌ରେ ସାରା ରାଜ୍ୟରେ ଶୋ’ରୁମ୍, ଜୁଏଲାରୀ ଏବଂ ସୁନା ଅଳଙ୍କାର ଦୋକାନଗୁଡିକରେ ଗ୍ରାହକଙ୍କ ଭିଡ ଜମିଛି। ଦେବ ଚିକିତ୍ସକ ଧନ୍ୱନ୍ତରୀଙ୍କ ଜୟନ୍ତୀରେ ଲୋକେ ସୁନା, ରୂପା ଏବଂ ହୀରା ଆଦି ଧାତୁ ନିର୍ମିତ ଗହଣା କିଣିଲେ ଶୁଭାଶୁଭ ଫଳ ମିଳିଥାଏ ଓ ଘରକୁ ଲକ୍ଷ୍ମୀ ଆସିଥାନ୍ତି ବୋଲି ସାଧାରଣରେ ବିଶ୍ବାସ ରହିଛି। ଆଜି ଦିନକରେ ରାଜ୍ୟରେ ପ୍ରାୟ ୧୯୦ କୋଟିରୁ ଅଧିକ ଟଙ୍କାର ସୁନା, ରୂପା ଏବଂ ହୀରା ଆଦି ଗହଣା ବିକ୍ରି ହୋଇଥିବା ଜଣାପଡିଛି। ଗତବର୍ଷ ୧୭୦ କୋଟି ଟଙ୍କାରୁ ଊର୍ଦ୍ଧ୍ବ ବେପାର ହୋଇଥିବା ବେଳେ ଚଳିତ ବର୍ଷ ବଜାର ସ୍ବାଭାବିକ ଥିବାରୁ ପ୍ରାୟ ୩୦ପ୍ରତିଶତ ବ୍ୟବସାୟ ବୃଦ୍ଧି ପାଇଛି।

ଦୀପାବଳି ପୂର୍ବରୁ ଧନ୍ତନ୍ୱରୀଙ୍କ ଜୟନ୍ତୀରେ ମଙ୍ଗଳବାର ସକାଳୁ ଅଳଙ୍କାର ଦୋକାନ ଗୁଡିକରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଗହଣା ବ୍ୟବସାୟୀ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଗଢା ମଜୁରୀ ଉପରେ ରିଆତି ଓ ବିଭିନ୍ନ ଉପହାର ଦେଉଛନ୍ତି। ରାଜ୍ୟର ଲାଲଚାନ୍ଦ ଜୁଏଲାରୀ, ତନିସ୍କ, ମାଲାବାର ଗୋଲ୍ଡ,, ଜାଭେରି ଜେମ୍ସ ଜୁଏଲାରୀ, ସ୍ମାଇଲ ଗ୍ଲୋଲଡ ଜୁଏଲାରୀ, ଅରୁନ୍ଧତୀ ଏବଂ ଖିମଜୀ, ମନୋହର ପାଲା ଆଦି ନାମୀଦାମୀ ଜୁଏଲାରୀ ପକ୍ଷରୁ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଲୋଭନୀୟ ଅଫର ଦିଆଯାଉଛି। ଓଡ଼ିଶାରେ ବର୍ଷତମାମ ଯେତିକି ସୁନା ବିକ୍ରି ହୋଇଥାଏ, ତାହାର ଏକ ସିଂହଭାଗ ଅକ୍ଷୟ ତୃତୀୟା ଓ ଧନତେରାସ୍‌ ଦିନ ବିକ୍ରି ହୋଇଥାଏ ବୋଲି ଶୋ’ ରୁମ୍‌ଗୁଡିକ ପକ୍ଷରୁ କୁହାଯାଇଛି।

- Advertisement -

ସୁନା ଗହଣା କିଣିବା ଲାଗି ବିଭିନ୍ନ ଅଳଙ୍କାର ଦୋକାନରେ ନୂଆ ଡିଜାଇନର ଅଳଙ୍କାର ସାଙ୍ଗକୁ ଗ୍ରାହକଙ୍କ ଲାଗି ମନଲୋଭା ଅଫର୍ ରହିଛି। ସୁନା ଦର ଅଧିକ ରହିଥିଲେ ମଧ୍ୟ ପରମ୍ପରା ବଜାୟ ରଖିବାକୁ ସୁନା କିଣୁଛନ୍ତି ଗ୍ରାହକ। ଗତବର୍ଷ ତୁଳନାରେ ଚଳିତ ବର୍ଷ ସୁନା ଦର ପାଖାପାଖି ୧୭ହଜାର ଟଙ୍କା ଉଚ୍ଚା ରହିଛି। ଗତବର୍ଷ ଧନତେରାସ ବେଳେ ରାଜଧାନୀ ଭୁବନେଶ୍ୱରରେ ୨୨କ୍ୟାରେଟ୍‌ ସୁନା ଦର ୧୦ଗ୍ରାମ ପିଛା ୫୬ହଜାର ଟଙ୍କା ଥିଲା। ଚଳିତ ବର୍ଷ ତାହା ୭୩ ହଜାର ୭୫୦ ଟଙ୍କାରେ ବିକ୍ରି ହେଉଛି। ୨୪ କ୍ୟାରେଟ୍‌ ବା ଖାଣ୍ଟି ସୁନା ଦାମ ୮୦ହଜାର ମୁହାଁଇଲାଣି। ରାଜ୍ୟର ସୁନା ଗହଣା ପ୍ରତିଷ୍ଠାନ ଗୁଡ଼ିକ ପାଖାପାଖି ୧୦ କୁଇଣ୍ଟାଲରୁ ଅଧିକ ପରିମାଣ ସୁନା ଗହଣା କିଣିଥାନ୍ତି। ଆଶା ରଖିଥାନ୍ତି ଧନତେରାସରେ ୨ରୁ ଅଢ଼େଇ କୁଇଣ୍ଟାଲ ସୁନା ଗହଣା ବିକ୍ରି କରିବା ପାଇଁ। ରାଜ୍ୟର ଭୁବନେଶ୍ବର, କଟକ, ବ୍ରହ୍ମପୁର, ସମ୍ବଲପୁର, ବାଲେଶ୍ବର, ବାରିପଦା ଏବଂ ରାଉରକେଲା ଆଦି ସହରରେ ସର୍ବାଧିକ କାରବାର ହୋଇଛି।

Hot this week

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

Related Articles

Popular Categories