www.samajalive.in
Sunday, December 7, 2025
18.1 C
Bhubaneswar

ଦେଶରେ ୨୫ ଟନ୍‌ ସୁନା ବିକ୍ରି

ନୂଆଦିଲ୍ଲୀ: ସୁନା ମୂଲ୍ୟ ବଢ଼ୁଥିଲେ ବି ଚମକ ହରାଇନାହିଁ। ସୁନାକୁ ଲୋକେ ଆଜି ବି ଆଭିଜାତ୍ୟ ଓ ପରମ୍ପରାର ପ୍ରତୀକ ମାନୁଛନ୍ତି। ବିଶେଷକରି ଧନ୍‌ତେରାସ୍‌ରେ ସୁନା କିଣିବା ଶୁଭ ହୋଇଥାଏ ବୋଲି ଏକ ବିଶ୍ବାସ ରହିଛି। ମଙ୍ଗଳବାର ଧନ୍‌ତେରାସରେ ସୁନା ୧୦ ଗ୍ରାମ୍‌ ୩ ଶହ ଟଙ୍କା ଓ ରୁପା କେଜି ପ୍ରତି ୨ ଶହ ଟଙ୍କା ବଢ଼ିଥିଲେ ବି ଦେଶରେ ପ୍ରାୟ ୨୫ ଟନ୍‌ ସୁନା ଓ ୨୫୦ ଟନ୍‌ ରୁପା କାରବାର ହୋଇଛି। ଏହି ଅବସରରେ ବିଭିନ୍ନ କ୍ବିକ୍‌ କମର୍ସ ପ୍ଲାଟ୍‌ଫର୍ମ ଅର୍ଡର କରିବାର ୧୦ ମିନିଟ୍‌ ମଧ୍ୟରେ ଗ୍ରାହକଙ୍କ ଘରେ ସୁନା ଓ ରୁପା ମୁଦ୍ରା ପହଞ୍ଚାଇଛନ୍ତି।
ଧନ୍‌ତେରାସ୍‌ ସୁନା କିଣିବା ପାଇଁ ବହୁ ଲୋକ ଅପେକ୍ଷା କରିଥାନ୍ତି। ଏହି ସମୟରେ ଚାହିଦା ବଢ଼ୁଥିବାରୁ ଦର ମଧ୍ୟ ବଢ଼ିଥାଏ। ଗତ ସୋମବାର ଜାତୀୟ ରାଜଧାନୀ ଦିଲ୍ଲୀରେ ୨୪ କ୍ୟାରେଟ୍‌ ସୁନା ମୂଲ୍ୟ ୪ ଶହ ଟଙ୍କା କମି ୧୦ ଗ୍ରାମ୍‌ ପ୍ରତି ୮୧,୧୦୦ ଟଙ୍କାରେ ପହଞ୍ଚିଥିବାବେଳେ ମଙ୍ଗଳବାର ୩ ଶହ ଟଙ୍କା ବଢ଼ି ୮୧,୪୦୦ ଟଙ୍କାରେ ପହଞ୍ଚିଛି। ଦରବୃଦ୍ଧି ସତ୍ତ୍ବେ ଲୋକେ ସୁନା କିଣିବା ପ୍ରତି କୁଣ୍ଠାବୋଧ କରିନାହାନ୍ତି। ତେବେ ଦରବୃଦ୍ଧିକୁ ଦେଖି କିଛି ଲୋକ ରୁପା କିଣିବାକୁ ମନ ବଳାଇଥିଲେ।

ଅନ୍ୟପକ୍ଷରେ ରୁପା ମୂଲ୍ୟ ମଧ୍ୟ ମଙ୍ଗଳବାର ୨ ଶହ ଟଙ୍କା ବଢ଼ି କେଜି ପ୍ରତି ୯୯ ହଜାର ୭ ଶହ ଟଙ୍କାରେ ପହଞ୍ଚିଛି। ଗ୍ରାହକ ଅଳଙ୍କାର ସହ ଖାଣ୍ଟି ସୁନା ଓ ରୁପା ମୁଦ୍ରା ମଧ୍ୟ କିଣିବାକୁ ପସନ୍ଦ କରୁଛନ୍ତି। ସକାଳେ ସୁନା ଦୋକାନ ଖୋଲିବା ସମୟରେ ଆକଳନ ଅନୁଯାୟୀ ବ୍ୟବସାୟ ହୋଇ ନ ଥିଲେ ମଧ୍ୟ ଦିନ ବଢ଼ିବା ସହ ବ୍ୟବସାୟ ବଢ଼ିଥିଲା। ଦେଶରେ ମୋଟ ୨୫ ଟନ୍‌ ସୁନା ବିକ୍ରି ହୋଇଥିବାବେଳେ ୨୫୦ ଟନ୍‌ ରୁପା ବିକ୍ରି ହୋଇଥିବା ଅଖିଳ ଭାରତ ଗହଣା ଓ ସ୍ବର୍ଣ୍ଣକାର ମହାସଂଘ (ଏଆଇଜେଜିଏଫ୍‌)ର ଜାତୀୟ ସଭାପତି ପଙ୍କଜ ଅରୋରା କହିଛନ୍ତି। ଏଥିସହ ବୁଧବାର ଅପରାହ୍ଣ ପର୍ଯ୍ୟନ୍ତ ଧନ୍‌ତେରାସ ତିଥି ଥିବାରୁ ଭଲ ବ୍ୟବସାୟ ହେବା ନେଇ ବ୍ୟବସାୟୀ ଆଶା ରଖିଛନ୍ତି।
ଅନ୍ୟପକ୍ଷରେ ଧନ୍‌ତେରାସରେ ସୁନା କିଣିବାକୁ ଇଚ୍ଛା ଥିଲେ ବି କେତେକ ଲୋକ ଅତ୍ୟଧିକ ଭିଡ଼ ଓ ସମୟ ଅଭାବରୁ ସୁନା କିଣିପାରୁ ନ ଥିଲେ। ସେମାନଙ୍କ ପାଇଁ କ୍ବିକ୍‌ କମର୍ସ ପ୍ଲାଟଫର୍ମ ସମାଧାନର ବାଟ ଦେଖାଇଛି। ଧନ୍‌ତେରସକୁ ଆଖି ଆଗରେ ରଖି ବିଭିନ୍ନ କ୍ବିକ୍‌ କମର୍ସ ପ୍ଲାଟଫର୍ମ ପକ୍ଷରୁ ୧୦ ମିନିଟ୍‌ରେ ଗ୍ରାହକଙ୍କ ଘରେ ସୁନା ଓ ରୁପା ପହଞ୍ଚାଯାଇଛି। ‘ବିଗ୍‌ ବାସ୍କେଟ୍‌’, ‘ବ୍ଲିଙ୍କଇଟ୍‌’ ଓ ‘ସ୍ବିଗି ଇନ୍‌ଷ୍ଟାମାର୍ଟ’ ଭଳି କ୍ବିକ୍‌ କମର୍ସ ପ୍ଲାଟ୍‌ଫର୍ମ ଅର୍ଡର କରିବାର ୧୦ ମିନିଟ୍‌ ମଧ୍ୟରେ ଗ୍ରାହକଙ୍କ ଘରେ ସୁନା ଓ ରୁପା ମୁଦ୍ରା ପହଞ୍ଚାଇଛନ୍ତି।

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories