ଅଗ୍ନିକାଣ୍ଡ ଘଟି ପାଞ୍ଚ ଏକର ଜମିର ଧାନ ନିଆଁରେ ପୋଡ଼ିହୋଇ ପାଉଁଶ

ସିମୁଳିଆ:-ହୁତୁ ହୂତୁ ହେଇ ଜଳିଗଲା ଧାନ ବଦାଡି। ସର୍ବସ୍ବ ହରାଇଲା ଦେଲା ଚାଷୀ। ସର୍ବଗିଲା ମେସିନରେ ଧାନ ଅମଳକୁ ନେଇ ଘଟିଲା ଅଘଟଣ । ଅଗ୍ନିକାଣ୍ଡ ଘଟି ପାଞ୍ଚ ଏକର ଜମିର ଧାନ ନିଆଁରେ ପୋଡ଼ିହୋଇ ପାଉଁଶ ହୋଇଯାଇଛି । ଘଟଣା ସ୍ଥଳକୁ ଭଦ୍ରକ ଦମକଳ ବାହିନୀ ତୁରନ୍ତ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାଯାଇଛି । ସୂଚନାରୁ ପ୍ରକାଶ ବାଲେଶ୍ବର ଜିଲା ସିମୁଳିଆ ବ୍ଳକ ମଇତାପୁର ଅଞ୍ଚଳର ସୁବାଷ ବାରିକଙ୍କ ଖଳାରେ ଅଘଟଣ ଘଟିଯାଇଛି। ସୁବାଷ ବସୁମତୀ ଧାନ ବହୁ ଟଙ୍କା ଖର୍ଚ୍ଚ କରି ଅମଳ କରିଥିବା ବେଳେ ଆଜି ପରିଶ୍ରମ ମୂଲ୍ୟ ପାଣି ଫୋଟକା ପାଲଟି ଯାଇଛି। ଧାନ ଅମଳ ପାଇଁ ମେସିନରେ ଧାନ ବିଡା ପୁରାଇବାରୁ ହଠାତ ନିଆ ଧରି ସବୁ ବଦାଡ଼ିକୁ ବ୍ୟାପି ଯାଇଥିଲା। ସ୍ଥାନୀୟ ଲୋକେ ବହୁ ଚେଷ୍ଟା କରି ବିଫଳ ହୋଇଥିଲେ । ଖବର ପାଇ ଉଭୟ ଅଡା ଏବଂ ଭଦ୍ରକ ଦମକଳ ବାହିନୀ ତୁରନ୍ତ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଆଗକୁ ଏକ ବଡ ଅଘଟଣରୁ ବର୍ତୀ ପାରିଥିଲେ ଅଂଚଳ ବାସୀ।

Comments are closed.