ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ
ଚଳିତ ବର୍ଷ ପର୍ଯ୍ୟଟକଙ୍କୁ ମିଳିବ ନୂଆ ଅନୁଭୂତି
ଡେସ୍କ : ଶିମିଳିପାଳ ଅଭୟାରଣ୍ୟ ଶନିବାରଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଛି । ଚଳିତ ବର୍ଷ ପର୍ଯ୍ୟଟକଙ୍କୁ ନୂଆ ଅନୁଭୂତି ଦେବା ପାଇଁ ଶିମିଳିପାଳ କର୍ତ୍ତୃପକ୍ଷ ଦୁଃସାହସିକ କ୍ରୀଡ଼ା, ଜଙ୍ଗଲ ସଫାରୀ ଓ ମାଉଣ୍ଟେନ୍ ସାଇକେଲିଂ ଭଳି କିଛି ନୂଆ ଧରଣର କ୍ରୀଡ଼ାକୁ ସାମିଲ କରିଛନ୍ତି । ପୂର୍ବରୁ ଧାର୍ଯ୍ୟ କରାଯାଇଥିବା ନଭେମ୍ବର ୧ ତାରିଖ ପରିବର୍ତ୍ତେ ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।
ଶିମିଳିପାଳରେ ଥିବା ଯାତ୍ରୀ ନିବାସଗୁଡ଼ିକରେ ରାତ୍ରୀଯାପନ ପାଇଁ ପର୍ଯ୍ୟଟକମାନେ ୱେବସାଇଟ୍ରେ ଅଗ୍ରୀମ ବୁକିଂ କରିପାରିବେ। ଯଶିପୁର-କାଳିଆଣି ଗେଟ୍ ଦେଇ ୩୫ଟି ଗାଡ଼ି ଏବଂ ବାରିପଦା-ଲୁଲୁଙ୍ଗ ପଟୁ ୨୫ଟି ଗାଡ଼ିକୁ ପ୍ରବେଶ ଅନୁମତି ମିଳିଛି। ଏଥିପାଇଁ ଅଭୟାରଣ୍ୟ କର୍ତ୍ତୃପକ୍ଷ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ପ୍ରତି ପର୍ଯ୍ୟଟକଙ୍କ ପାଇଁ ପ୍ରବେଶ ଶୁଳ୍କ ଧାର୍ଯ୍ୟ କରାଯାଇ ଥିବାବେଳେ ମାର୍ଗଦର୍ଶିକା ଅନୁପାଳନ ସହ ଅଭୟାରଣ୍ୟକୁ ସ୍ୱଚ୍ଛ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅଭୟାରଣ୍ୟ ଭିତରକୁ ପ୍ଲାଷ୍ଟିକ ସାମଗ୍ରୀ, ମାଦକ ଦ୍ରବ୍ୟ, ଆମିଷ ଓ ଅଗ୍ନିସଂଯୋଗକାରୀ ସାମଗ୍ରୀ ନ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
Comments are closed.