bjd gruha runa

ସାଇବର ଠକେଇରେ ଶିକାର ହେଲେ ଏମ୍.ନାଗାଜ୍ୟୋତି, ଫେସବୁକ ଲିଙ୍କ୍‌ରେ କ୍ଲିକ କରି ହରାଇଲେ ୬୫ହଜାର ଟଙ୍କା

BJD Bijuli 480×75 Mob

ରେଙ୍ଗାଲିକ୍ୟାମ୍ପ: ସମାଜର ବିକାଶର ଧାରା ଯେତେ ଆଗେଇ ଚାଲିଛି ,ମଣିଷ ସେତିକି ଶୋଷଣର ଶିକାର ହୋଇ ଚାଲିଛି । ଅତାବିରା ରେ ସାଇବର ଠକେଇର ପ୍ରଭାବ ବୃଦ୍ଧି ପାଇବାରେ ଲାଗିଥିବା ଦେଖି ପୁଲିସ ପକ୍ଷରୁ ବାରମ୍ବାର ସଚେତନ କରାଯାଉଛି, କେତେବେଳେ ମହିଳା ମାନଙ୍କୁ, ତ ଆଉ କେତେବେଳେ ଜନ ସାଧାରଣଙ୍କୁ ଏପରିକି ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ସଚେତନ କରାଯାଉଛି ।ଏହା ସତ୍ତ୍ୱେ ଆଜି ଅତାବିରା ଏନଏସି , ଜହ୍ନାପଡ଼l ପଞ୍ଚାୟତ ଅନ୍ତର୍ଗତ ରେଙ୍ଗାଲିକ୍ୟାମ୍ପ ର ଏମ୍ ନାଗାଜ୍ୟୋତୀ (୨୫) ସାଇବର ଠକେଇର ଶିକାର ହୋଇଛନ୍ତି । ଫେସବୁକ୍ ମାଧ୍ୟମରେ ଆସିଥିବା ଏକ ଲିଙ୍କକୁ କ୍ଲିକ୍ କରି ୬୫ ହଜାର ଟଙ୍କା ତାଙ୍କ ଆକାଉଣ୍ଟ ରୁ ଚାଲିଯାଇଛି । ପ୍ରକାଶ ଥାଉ କି ଫେସବୁକ ରେ ଏକ ସୂଚନା ଥିଲା, ଯେଉଁଥିରେ ଘରେ ବସି ଟଙ୍କା ରୋଜଗାର କରିବା ପାଇଁ ଯୁବକ ଯୁବତୀମାନଙ୍କୁ ସୁଯୋଗ ପ୍ରଦାନ କରାଯାଉଛି ବୋଲି କୁହାଯାଇଥିଲା।

ତେଣୁ ସେ ସେଥିରେ ଯୋଗ ଦେବା ପାଇଁ ଆସିଥିବା ଲିଙ୍କକୁ କ୍ଲିକ୍ କରିଥିଲେ। ତା ପରେ ଅପର ପଟରୁ ସ୍ୱର ମାଧ୍ୟମରେ ବାର୍ତ୍ତା ଗୁଡ଼ିକ ଆସିଥିଲା। ପ୍ରଥମେ ୧୫ ହଜାର ଟଙ୍କା ପଠେଇବା ପାଇଁ ମେସେଜ ଆସିଥିଲା, ତାଙ୍କ ଆକାଉଣ୍ ରେ ୧୬ ହଜାର ୨୦୦ ଟଙ୍କl ଥିଲା। ତେଣୁ ସେ ସାଙ୍ଗେ ସଙ୍ଗେ ଅନଲାଇନରେ ଟଙ୍କା ପଠେଇଥିଲେ।ଏହାର ୫ ମିନିଟ ପରେ ପୁଣି ଏକ ମେସେଜ ଆସିଥିଲା ଆଉ ୫୦ ହଜାର ପଠେଇବା ପାଇଁ। ତାଙ୍କ ଆକାଉଣ୍ଟରେ ପଇସା ନଥିବାରୁ ସେ ତାଙ୍କ ସ୍ବାମୀଙ୍କୁ ଫୋନ କରି କହିଥିଲେ ତାଙ୍କ ଆକାଉଣ୍ଟ କୁ ଟଙ୍କା ପଠେଇବା ପାଇଁ। ସ୍ବାମୀ ଭାବିଲେ କିଛି ଜରୁରୀ କାମ ପାଇଁ ବୋଧେ ସ୍ତ୍ରୀ ଟଙ୍କା କଥା କହିଛନ୍ତି ତେଣୁ ସେ ଆଉ କିଛି ନ ପଚାରି ପଇସା ପଠେଇଦେଲେ। ଟଙ୍କା ଆସିବା ପରେ ନାଗଜ୍ୟୋତି ସାଇବର କହିବା ଅନୁସାରେ ପୁଣି ୫୦ ହଜାର ପଠେଇଲେ।

କିନ୍ତୁ ତା ପରେ ସଙ୍ଗେ ସଙ୍ଗେ ସବୁ ଲିଙ୍କ୍ ବନ୍ଦ ହେବା ସହ ଆଉ କୌଣସି ମେସେଜ ବା କିଛି ସୂଚନା ଆସି ନଥିଲା। ଏମିତି କି ଟଙ୍କା ପଠେଇ ଥିବାର କିଛି ପ୍ରମାଣ ମଧ୍ୟ ନ ଥିଲା। ଯେତେ ଚେଷ୍ଟା କଲେ ମଧ୍ୟ ଉକ୍ତ ଠକ ସହ ଆଉ କୌଣସି ପ୍ରକାର ଯୋଗାଯୋଗ ହୋଇପାରି ନଥିଲା। ତେଣୁ ସେ ବାଧ୍ୟ ହୋଇ ସ୍ବାମୀଙ୍କୁ ଏକଥା ଜଣାଇଥିଲେ ।ଏହା ଜାଣି ବା ପରେ ତାଙ୍କ ସ୍ବାମୀ ସଙ୍ଗେ ସଙ୍ଗେ ଅତାବିରା ଥାନାରେ ଲିଖିତ ଅଭିଯୋଗ କରିବା ସହ ଆକାଉ୍ଟାଣ୍ଟ ବନ୍ଦ କରିଥିଲେ। ତେବେ ଥାନା ଅଧିକାରୀ ସୁକୁମାର ତ୍ରିପାଠୀ ଙ୍କ ନିର୍ଦ୍ଦେଶ କ୍ରମେ ଏଏସ ଆଇ ଲଳିତ ତାଣ୍ଡି ଏହାର ତଦନ୍ତ ଜାରି ରଖିଛନ୍ତି । କିନ୍ତୁ ଆଗକୁ ଅନ୍ୟ କେହି ପୁଣି ଠକେଇର ଶିକାର ନ ହୁଅନ୍ତୁ,ସେଥିପାଇଁ ପୁଲିସ ପକ୍ଷରୁ ଜନସାଧାରଣଙ୍କୁ ସତର୍କ କରାଯାଇଛି।

Comments are closed.