www.samajalive.in
Monday, December 15, 2025
16.1 C
Bhubaneswar

ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର, ଚିକିତ୍ସିତ ହେଲେ ଶତାଧିକ ମହିଳା

ଭୁବନେଶ୍ବର: ସତ୍ୟନଗର ଲେଡ଼ିଜଫୋରମ ଓ ଇନର ହୁଇଲ ତୋଶାଳୀ ଲେଡିସ କ୍ଲବ ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ ବିଷ୍ଣୁ ମନ୍ଦିର ସାଂସ୍କୃତିକ ସମିତି, ଶହୀଦ ନଗର ଠାରେ ମହିଳାମାନଙ୍କ ପାଇଁ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିରର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଆପୋଲୋ ହସ୍ପିଟାଲ ଓ ତାଙ୍କ ସଦସ୍ୟଙ୍କ ସହଯୋଗରେ ମହିଳା ମାନଙ୍କ ହିମୋଗ୍ଲୋବିନ, ଉଚ୍ଚ ରକ୍ତଚାପ, ରକ୍ତ ଶର୍କରା ଓ ଇସିଜି ପରୀକ୍ଷା କରାଯାଇଥିଲା। ଉକ୍ତ ଶିବିରରେ ସ୍ତନ କର୍କଟ ରୋଗ ବିଷୟରେ ସଚେତନତା ବାର୍ତ୍ତା ଦେବା ସହିତ ଆପୋଲୋ ହସ୍ପିଟାଲର କର୍କଟ ରୋଗ ବିଶେଷଜ୍ଞ ଡ଼ା.ସ୍ଥିତି ଦାଶ ରୋଗ ନିଦାନ ପାଇଁ ଉପଯୁକ୍ତ ପରାମର୍ଶ ଦେଇଥିଲେ। ସତ୍ୟନଗର ଲେଡିସ ଫୋରମର ସଦସ୍ୟା ଶୁଭେଦିତା ରାୟ, ଦୀପ୍ତି ବେହେରା, ସରିତା ପଟ୍ଟନାୟକ, ଦିପ୍ତୀପ୍ରଭା ରଥ, କାଜଲ ମହାପାତ୍ର, ରୀନା ନାଏକ ପ୍ରମୁଖ ସହଯୋଗ କରିଥିଲେ।

ଶହୀଦ ନଗରର ସ୍ଥାନୀୟ କର୍ପୋରେଟର ରାଜକିଶୋର ଦାଶ, ସମାଜସେବୀ ଜଗନ୍ନାଥ ପ୍ରଧାନ, ଶଙ୍କର୍ଷଣ ପରିଡ଼ା, ଗୋଲକ ମହାପାତ୍ର, ଜିତୁ ମହାପାତ୍ର, ଶାଶ୍ଵତୀ ମିଶ୍ର ଏବଂ ଆହୁରି ଅନେକ ସମାଜସେବୀ କାର୍ଯ୍ୟକ୍ରମରେ ଅତିଥି ରୂପେ ଯୋଗ ନେଇଥିଲେ l ପ୍ରାୟ ୧୦୦ର ଅଧିକ ମହିଳା ଶିବରରେ ଭାଗ ନେଇ ଚିକିତ୍ସିତ ହୋଇଥିଲେ ଏବଂ ଡାକ୍ତରଙ୍କଠାରୁ ପରାମର୍ଶ ନେଇଥିଲେ। ଅନୁଷ୍ଠାନର ସମ୍ପାଦିକା ଅନୁରାଧା ଦାଶଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା। ଆଗକୁ ଭୁବନେଶ୍ୱରର ସବୁ ୱାର୍ଡ଼ରେ ଏଭଳି ଅନେକ ଶିବିର ଆୟୋଜନ କରାଯିବ ବୋଲି ଶ୍ରୀମତୀ ଦାଶ କହିଥିଲେ।

Hot this week

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

Related Articles

Popular Categories