www.samajalive.in
Sunday, December 7, 2025
14.1 C
Bhubaneswar

ଶିମିଳିପାଳରେ ଲିଭୁନି ନିଆଁ: ପୁଣି ୫୪ ସ୍ଥାନରେ ବନାଗ୍ନି

ବାରିପଦା : ଶିମିଳିପାଳ ଓ ଏହାର ଚତୁଃର୍ଦ୍ଦିଗରେ ଥିବା ବନାଞ୍ଚଳରେ  ଆଜିସୁଦ୍ଧା ୫୪ଟି ସ୍ଥାନରେ ନିଆଁ ଲାଗିଛି। ଏ ନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ସଂରକ୍ଷକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ୫୪ଟି ବନାଗ୍ନିସ୍ଥଳୀ ମଧ୍ୟରୁ ଶିମିଳିପାଳ ଦକ୍ଷିଣ ବନ୍ୟପ୍ରାଣୀ ଖଣ୍ଡର ୧୯ଟି ଓ ଶିମିଳିପାଳ ଉତ୍ତର ବନ୍ୟପ୍ରାଣୀ ଖଣ୍ଡର ୯ଟି ସ୍ଥାନକୁ ମିଶାଇ ଶିମିଳିପାଳର ଆଭ୍ୟନ୍ତରୀଣ ଅଞ୍ଚଳରେ ମୋଟ ୨୮ଟି ସ୍ଥାନରେ ନିଆଁ ଲାଗିଥିବା ବେଳେ ଅନ୍ୟ ବନଖଣ୍ଡ ମଧ୍ୟରୁ ବାରିପଦାର ୮, ରାଇରଙ୍ଗପୁରର ୧୦ ଓ କେନ୍ଦୁଝର ବନ୍ୟପ୍ରାଣୀ ଖଣ୍ଡର ୮ଟି ସ୍ଥାନରେ ନିଆଁ ଲାଗିଛି। ଶିମିଳିପାଳର ୨୮ଟି ବନାଗ୍ନି ସ୍ଥଳ ମଧ୍ୟରୁ କେବଳ ୧୧ଟି ସ୍ଥାନରେ ଏହାକୁ ଲିଭାଇବା ଦିଗରେ ବନ ବିଭାଗ ଏବଂ ଓଡ୍ରାଫ ଦଳ ସଫଳ ହୋଇଥିବା କୁହାଯାଉଥିଲେ ମଧ୍ୟ ଏହି ଦଳ ନାକେଦମ୍ ହେବା ସହିତ ଶିମିଳିପାଳ କର୍ତ୍ତୃପକ୍ଷଙ୍କ ଚିନ୍ତାର କାରଣ ବଢାଇଛି। ନିଆଁ ଲିଭା ସତେଯେମିତି ପ୍ରଚାର ସର୍ବସ୍ବ ପାଲଟିଥିବା ପରିବେଶବିତ୍ ଅଭିଯୋଗ କରିଛନ୍ତି। ଶିମିଳିପାଳ ପାଦଦେଶରେ ଥିବା ଗ୍ରାମ ସଂଲଗ୍ନ ବନାଞ୍ଚଳରେ ହୁହୁ ଜଳୁଥିବା ନିଆଁ ଯେଭଳି ଗ୍ରାମ ଭିତରକୁ ନ ବ୍ୟାପିବ ସେଥିନେଇ ଗ୍ରାମବାସୀ ମଧ୍ୟ ସ୍ୱତଃ ପ୍ରବୃତ୍ତ ଭାବେ ଜଗି ରହିବା ସହିତ ଶୁଖିଲା ପତ୍ରକୁ ଉଠାଇ ପରିଷ୍କାର କରିବାରେ ଲାଗି ପଡିଛନ୍ତି। ତଥାପି ଶାମାଖୁଣ୍ଟା ବ୍ଲକର କିଛି ଭାଗରେ ଲାଗିଥିବା ନିଆଁ କରାଳ ରୂପ ଧାରଣ କରି କାକରପାଣି ଗାଁ ସଂଲଗ୍ନ ଗ୍ରାମକୁ ବ୍ୟାପିଛି। ସ୍ଥାନୀୟ ଗ୍ରାମବାସୀଙ୍କ ପକ୍ଷରୁ ପ୍ରଚେଷ୍ଟା ଜାରି ସତ୍ତ୍ବେ ନିଆଁକୁ କରାୟତ୍ତ କରିପାରୁ ନଥିବା ସହିତ ବନବିଭାଗ ପକ୍ଷରୁ ଅଣାଯାଇଥିବା ନିଆଁଲିଭା ମେସିନ୍‌ରେ ତେଲ ସରିଯିବାରୁ ତାହା ଫେରିଯାଇଥିବା ଗ୍ରାମବାସୀ କ୍ଷୋଭର ସହ କହିଛନ୍ତି। ଏଭଳି ଘଟଣା ବନ ବିଭାଗର ନିଆଁ ଲିଭାଇବା ପ୍ରତି ରହିଥିବା ତତ୍ପରତା ଓ ଆନ୍ତରିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories