www.samajalive.in
Monday, December 15, 2025
15.1 C
Bhubaneswar

ସୀମା-ସଚିନଙ୍କୁ ଚାକିରି ଯାଚିଲେ ବ୍ୟବସାୟୀ

ନୂଆଦିଲ୍ଲୀ : ପାକିସ୍ତାନରୁ ଆସି ଭାରତୀୟ ପ୍ରେମିକଙ୍କୁ ବିବାହ କରିଥିବା ସୀମା ହାଇଦର ଅଭାବ ଓ କଟକଣା ମଧ୍ୟରେ ସନ୍ତୁଳି ହେଉଥିବାବେଳେ ଭାରତରୁ ପାକିସ୍ତାନ ପଳାଇଥିବା ଅଞ୍ଜୁ ଏବେ ମାଲେମାଲ୍‌ ହୋଇଯାଇଛନ୍ତି। ଅଞ୍ଜୁ ଇସ୍‌ଲାମ୍‌ ଧର୍ମ ଗ୍ରହଣ ସହ ପାକିସ୍ତାନୀ ପ୍ରେମିକ ନସରୁଲ୍ଲାଙ୍କୁ ବିବାହ କରିବା ଦ୍ବାରା ଭାରତଠାରୁ ଯୁଦ୍ଧରେ ଜିତିଗଲା ଭଳି ଆନନ୍ଦ ଉପଭୋଗ କରୁଛନ୍ତି ପାକିସ୍ତାନବାସୀ। ଅଞ୍ଜୁଙ୍କୁ ଦୁଇ ଦୁଇଟି ଦାମୀ ଫ୍ଲାଟ୍‌ ସହ ମାସିକ ଭତ୍ତା ଏବଂ ଅନ୍ୟ ସୁବିଧା ସୁଯୋଗ ଭଳି ଈର୍ଷଣୀୟ ଉପହାର ଦେବାକୁ ସେଠାକାର କିଛି ବ୍ୟବସାୟୀ ଘୋଷଣା କରିଛନ୍ତି। ଏଥିରେ ଉଲ୍ଲସିତ ଅଞ୍ଜୁ ଆଉ ଭାରତ ଫେରିବେ ନାହିଁ ବୋଲି ସୂଚନା ଦେଇଛନ୍ତି। ସେ ବସ୍ତୁତଃ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ କର୍ତ୍ତୃତ୍ବକୁ ଚାଲିଯାଇଥିବା ଜଣାପଡ଼ିଛି। ଏମିତିକି ଅଞ୍ଜୁ ପାକିସ୍ତାନ ଯିବା ପଛରେ ଆଇଏସ୍‌ଆଇର ହାତ ଥିବା ଓ ଭାରତରେ ‘ମହିଳା ଜିହାଦ’କୁ ଏହି ଗୁଇନ୍ଦା ସଂସ୍ଥା ସାମାଜିକ ଗଣମାଧ୍ୟମ ଜରିଆରେ ପ୍ରୋତ୍ସାହିତ କରୁଥିବା ସୂଚନା ମିଳିଛି।
ଅପରପକ୍ଷରେ ଆଇଏସ୍‌ଆଇ ଗୁଇନ୍ଦା ସନ୍ଦେହରେ ଭାରତରେ ତଦନ୍ତର ସମ୍ମୁଖୀନ ହୋଇଥିବା ସୀମା ହାଇଦର ଏବେ ଅଡ଼ୁଆରେ ପଡ଼ିଛନ୍ତି। ତଦନ୍ତକାରୀ ସଂସ୍ଥାର ବାରମ୍ବାର ଡକରା ଓ ତାଙ୍କ ଘର ସମ୍ମୁଖରେ ସୁରକ୍ଷାକର୍ମୀ ମୁତୟନ ଯୋଗୁଁ ସ୍ବାମୀ ସଚିନ ମୀଣା ଆଉ କୌଣସି କାମଧନ୍ଦା କରିପାରୁ ନାହାନ୍ତି। ତାଙ୍କ ରୋଜଗାର ବନ୍ଦ ହୋଇଯାଇଛି। ଏଭଳି ସ୍ଥିତିରେ ସୀମା-ସଚିନଙ୍କୁ ସହାୟତାର ହାତ ବଢ଼ାଇଛନ୍ତି କିଛି ବଦାନ୍ୟ ବ୍ୟକ୍ତି। ସୀମାଙ୍କର ୪ ସନ୍ତାନଙ୍କ ଭରଣପୋଷଣ ଓ ଶିକ୍ଷା ଦାୟିତ୍ବ ନେବା ପାଇଁ ଘୋଷଣା କରିଛନ୍ତି। ସୀମାଙ୍କୁ ଚଳଚ୍ଚିତ୍ର ନିର୍ମାତା ଅମିତ ଜାନି ଭେଟିଥିବାବେଳେ ଜଣେ ନିର୍ଦେଶକ ତାଙ୍କୁ ନିଜର ଆଗାମୀ ଚଳଚ୍ଚିତ୍ରରେ ଅଭିନୟର ସୁଯୋଗ ଦେବେ ବୋଲି ଘୋଷଣା କରିଛନ୍ତି। କେବଳ ସେତିକି ନୁହେଁ; ଗୁଜରାଟର ଜଣେ ବ୍ୟବସାୟୀ ସଚିନ ଓ ସୀମାଙ୍କୁ ମାସିକ ୫୦ହଜାର ଟଙ୍କା ଲେଖାଏଁ ଦରମା ସହ ଚାକିରି ଦେବାକୁ ଘୋଷଣା କରିଛନ୍ତି। ସୋମବାର ରାତିରେ ସୀମା ଓ ସଚିନଙ୍କ ନିକଟରେ ଏହି ପତ୍ର ପହଞ୍ଚିବା ପରେ ସେମାନେ ଆନନ୍ଦରେ ଉଲ୍ଲସିତ ହୋଇଛନ୍ତି। ସୂଚନାନୁଯାୟୀ, ଏହି ଚିଠିକୁ ସେମାନଙ୍କ ଘର ନିକଟରେ ମୁତୟନ ସୁରକ୍ଷା କର୍ମୀ ପ୍ରଥମେ ଖୋଲିଥିଲେ ଓ ଯାଞ୍ଚ ପରେ ସେମାନଙ୍କୁ ଦେଇଥିଲେ। ଏଥିରେ ସୀମା ଓ ସଚିନ ନିଜ ସୁବିଧା ଅନୁସାରେ ଚାକିରିରେ ଯୋଗ ଦେଇପାରିବେ ବୋଲି ଉଲ୍ଲେଖ ଥିଲା। ପାକିସ୍ତାନୀ ଭାବୀ ସୀମା ଏବେ ଭାରତୀୟ ବୋହୂ ବୋଲି ନିଜକୁ ଦାବି କରୁଛନ୍ତି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ମାମଲାରେ ପ୍ରଥମ ଥର ମୁହଁ ଖୋଲିଛନ୍ତି। ସୀମାଙ୍କ ମାମଲାକୁ ଏକ ‘ବିପରୀତ ଲଭ୍‌ ଜିହାଦ’ ବୋଲି ସେ ଦର୍ଶାଇବା ସହ ତଦନ୍ତ ପରେ ତାଙ୍କ ଭିବଷ୍ୟତ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ଯୋଗୀ କହିଛନ୍ତି। ଅନ୍ୟପଟେ ଭାରତୀୟ ଗୁଇନ୍ଦା ବ୍ୟୁରୋ ପକ୍ଷରୁ ତଦନ୍ତକାରୀ ସଂସ୍ଥା ଉତ୍ତର ପ୍ରଦେଶ ଏଟିଏସ୍‌ ଓ ସଶସ୍ତ୍ର ସୀମା ବଳଠାରୁ ରିପୋର୍ଟ ମଗାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories