www.samajalive.in
Sunday, December 14, 2025
26.1 C
Bhubaneswar

ପ୍ରଧାନମନ୍ତ୍ରୀଙ୍କୁ ଗୃହକୁ ଡାକିପାରିବି ନାହିଁ : ଧନକଡ଼

ନୂଆଦିଲ୍ଲୀ : ମଣିପୁର ପ୍ରସଙ୍ଗକୁ ନେଇ ସଂସଦରେ ଅଚଳାବସ୍ଥା ଲାଗି ରହିଛି। ବୁଧବାର ଉଭୟ ଲୋକସଭା ଓ ରାଜ୍ୟସଭାରେ ବିରୋଧୀ ସଦସ୍ୟମାନେ ଏହି ପ୍ରସଙ୍ଗକୁ ନେଇ ଗୃହରେ ହୋହଲ୍ଲା କରିବା ସହିତ ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ। ଲୋକସଭାର ପ୍ରଶ୍ନକାଳ ସମୟରେ ବିରୋଧୀ ସଦସ୍ୟମାନେ ଗୃହର ମଧ୍ୟ ଭାଗକୁ ଆସି ହୋହଲ୍ଲା କରିବା ସହିତ ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ବିବୃତି ଦାବି କରିଥିଲେ। ହୋହଲ୍ଲା ଯୋଗୁଁ ଗୃହକାର୍ଯ୍ୟ ମାତ୍ର ୨୦ ମିନିଟ୍ ଚାଲିବା ପରେ ଏହାକୁ ମୁଲତବୀ ଘୋଷଣା କରାଯାଇଥିଲା। ଗୃହକୁ ପ୍ରଥ​ମେ ଅପରାହ୍ଣ ୨ଟା ଓ ପରେ ଦିନକ ପାଇଁ ମୁଲତବୀ କରାଯାଇଥିଲା। ସେହିପରି ରାଜ୍ୟସଭାରେ ବିରୋଧୀ ସଦସ୍ୟମାନେ ମଣିପୁର ପ୍ରସଙ୍ଗକୁ ନେଇ ହୋହଲ୍ଲା କରିବା ସହିତ କକ୍ଷ ତ୍ୟାଗ କରିଥିଲେ। ବିରୋଧୀ ସଦସ୍ୟମାନେ ରୁଲ୍‌ ୨୬୭ ଅନୁଯାୟୀ ମଣିପୁର ପ୍ରସଙ୍ଗକୁ ଆଲୋଚନା କରିବାକୁ ନୋଟିସ ଦେଇଥିବାବେଳେ ଅଧ୍ୟକ୍ଷ ଜଗଦୀପ ଧନକଡ ଏହାକୁ ଗ୍ରହଣ କରି ନଥିଲେ। ରୁଲ୍‌ ୨୬୭ ଅନୁଯାୟୀ ମଣିପୁର ବିଷୟରେ ଆଲୋଚନା କରିବାକୁ ଅଧ୍ୟକ୍ଷଙ୍କୁ ୫୮ଜଣ ସଦସ୍ୟ ନୋଟିସ ଦେଇଥିବାବେଳେ ଅଧ୍ୟକ୍ଷ ଏହାକୁ ଅଗ୍ରାହ୍ୟ କରିଥିଲେ। ଫଳରେ ବିରୋଧୀ ସଦସ୍ୟମାନେ ହୋହଲ୍ଲା କରି ଗୃହ ତ୍ୟାଗ କରିଥିଲେ। ମଣିପୁର ପ୍ରସଙ୍ଗରେ ବିରୋଧୀ ସଦସ୍ୟମାନେ ପ୍ରଧାନମନ୍ତ୍ରୀଙ୍କ ବିବୃତି ଦାବି କରିଆସୁଥିବାବେଳେ ରାଜ୍ୟସଭା ଅଧ୍ୟକ୍ଷ ଧନକଡ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କୁ ଗୃହରେ ଉପସ୍ଥିତ ଲାଗି ସେ ନିର୍ଦେଶ ଦେଇପାରିବେ ନାହିଁ। ଏପରି ନିର୍ଦେଶ ଦ୍ବାରା ତାଙ୍କ ଶପଥପାଠର ଉଲ୍ଲଙ୍ଘନ ହେବ। ତେଣୁ ସେ ଏହା କରିବାକୁ ଚାହାନ୍ତି ନାହିଁ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories