ଭୀମକୁଣ୍ଡକୁ ଯୋଗାଯୋଗ ବିଛିନ୍ନ

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ଜାମୁଳେଇବେଡା ନିକଟରେ କପାସପଡା-ଭୀମକୁଣ୍ଡ ରାସ୍ତା ପ୍ରଧାନମନ୍ତ୍ରୀ ସଡକରେ ଲଗାଣ ବର୍ଷାରେ ଏକ ପୋଲ ଭୁଶୁଡି ପଡିବାରୁ ରାସ୍ତା ମଝି ଓ ପାର୍ଶ୍ଵରେ ବଡ଼ ବଡ଼ ଗାତ ହୋଇଯାଇଛି। ଯାହାଫଳରେ ଏହି ରାସ୍ତାରେ ଯାତ୍ରୀ ବାହି ବସ୍ ଓ ଅନ୍ୟାନ୍ୟ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି । ଏହା ଫଳରେ ପଲାଣିଘାଟି, ଡୁମୁରିଆ, ଚିନାମାଳିପଶି ଆଦି ପଞ୍ଚାୟତ ର ଲୋକମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

Comments are closed.