www.samajalive.in
Sunday, December 14, 2025
19.1 C
Bhubaneswar

ଏନକ୍ୱାସ୍ ଦଳର ସ୍ୱାସ୍ଥ୍ୟ ଆରୋଗ୍ୟ ଓ ପରିଚର୍ଯ୍ୟା କେନ୍ଦ୍ର ପରିଦର୍ଶନ

ଗୁରୁଡିଝାଟିଆ :  ସ୍ୱାସ୍ଥ୍ୟ ଆରୋଗ୍ୟ ଓ ପରିଚର୍ଯ୍ୟା କେନ୍ଦ୍ରର ସ୍ୱଚ୍ଛତା, ପରିବେଶ, ସ୍ୱାସ୍ଥ୍ୟସେବାର ଉତ୍କର୍ଷତା ସର୍ବୋପରି ରୋଗୀଙ୍କୁ ଯୋଗାଇ ଦିଆଯାଉଥିବା ସୁବିଧା ସୁଯୋଗ ସଂପର୍କରେ ଅନୁଧ୍ୟାନ କରିବା ପାଇଁ ଏନକ୍ୱାସ ଦଳର ସଦସ୍ୟମାନେ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ବାଳି ଓ ମଞ୍ଚେଶ୍ୱର ସ୍ୱାସ୍ଥ୍ୟ ଉପକେନ୍ଦ୍ର ତଥା ସ୍ୱାସ୍ଥ୍ୟ ଆରୋଗ୍ୟ ଓ ପରିଚର୍ଯ୍ୟା କେନ୍ଦ୍ରକୁ ଅନୁଧ୍ୟାନ କରିଛନ୍ତି। ଡାକ୍ତର ଏ.ଭି ଆର ମୋହନଙ୍କ ନେତୃତ୍ୱରେ ଡାକ୍ତର ରାଜୀବ କୁମାର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ମକରନନ୍ଦ ବେଉରା, ଡାକ୍ତର ଲୋକନାଥ ପାତ୍ର, ଲୋକନାଥ ମହାପାତ୍ର, ସନ୍ଧ୍ୟାରାଣୀ ପଣ୍ଡା, ଇତିଶ୍ରୀ ମିଶ୍ର ପ୍ରମୁଖ ଅନୁଧ୍ୟାନ କରିଥିଲେ। ଏହି ଅନୁଧ୍ୟାନ ସମୟରେ ବ୍ରହ୍ମପୁର ଗୋଷ୍ଟୀସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡାକ୍ତର ଦିଲ୍ଲିପ ଦାସ, ବ୍ଲକ ସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ କବିତାରାଣୀ ଦାସ, ବିପିଏମ ଅପନ୍ନା ମହାପାତ୍ର, ପ୍ରଦୀପ ସ୍ୱାଇଁ, ବିକାଶ କୁମାର ସାହୁ ଙ୍କ ସହିତ ସ୍ୱାସ୍ଥ୍ୟ କର୍ମଚାରୀ ଓ ସ୍ଥାନୀୟ ଲୋକପ୍ରତିନିଧିମାନେ ଉପସ୍ଥିତ ରହିଥିଲେ।

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories