ବଦଳିଲା ସିମ୍ ପୋର୍ଟ କରିବାର ନିୟମ, ଜାଣନ୍ତୁ..

ନୂଆଦିଲ୍ଲୀ : ଦୂରସଞ୍ଚାର ନିୟାମକ ଅର୍ଥାତ୍ ଟ୍ରାଇ ଆଜିଠୁ ଏମଏନପି କରାଇବା ନେଇ ନୂଆ ନିୟମ ଲାଗୁ କରିଦେଇଛି । ଏହି ନୂଆ ନିୟମକୁ ନେଇ ବିସ୍ତୃତ ଗାଇଡଲାଇନ୍ସ ୧୪ ମାର୍ଚ୍ଚ ୨୦୨୪ରେ ଜାରି କରିଦିଆଯାଇଥିଲା । ୧ ଜୁଲାଇରୁ ଏହାକୁ ଲାଗୁ କରିଦିଆଯାଇଛି । ସିମ୍ କାର୍ଡ ପୋର୍ଟ କରାଇବା ନିୟମର ଏଥର ନବମ ଥର ନିୟମ ପରିବର୍ତ୍ତନ ହୋଇଛି ।

ନୂଆ ନିୟମ ଅନୁସାରେ ସିମ୍ କାର୍ଡ ସ୍ବାପ୍ କରାଇବାର ୭ ଦିନ ପରେ ହିଁ କୌଣସି ଉପଭୋକ୍ତା ସିମ୍ କାର୍ଡ ପୋର୍ଟ କରାଇବାର ଅନୁରୋଧ କରିପାରିବେ । ତେବେ ଏଥିରେ ନିୟାମକ ୨ଟି ସର୍ତ୍ତ ରଖିଛି । ଏହା କେବଳ ସେହି ମାମଲାରେ ହେବ ଯେବେ କୌଣସି ବନ୍ଦ ବା ହଜିଯାଇଥିବା ସିମ୍ ସ୍ବାପ୍ କରାଯିବ । ଯଦି ସିମ୍ ଅପଗ୍ରେଡ୍ କରାଇବା ପାଇଁ ସିମ୍ ସ୍ବାପ୍ କରାଯାଇଥିବ ତେବେ ଉପଭୋକ୍ତାଙ୍କୁ ସିମ୍ କାର୍ଡ ପୋର୍ଟ କରାଇବା ପାଇଁ ୭ ଦିନ ଅପେକ୍ଷା କରିବାକୁ ପଡିବନାହିଁ । ପୂର୍ବରୁ ଏହି ସମୟ ସୀମା ୧୦ ଦିନ ଥିଲା ।

ବଢୁଥିବା ସାଇବର ଠକେଇକୁ ରୋକିବା ପାଇଁ ସିମ୍ ସ୍ବାପକୁ ନେଇ ନୂଆ ନିୟମ ହୋଇଛି । ଟେଲିକମ୍ ଅପରେଟର ଅନେକ ଦିଗ ପ୍ରତି ଧ୍ୟାନ ଦେବେ । ସବୁ କିଛି ସଠିକ୍ ଥିଲେ ହିଁ ସିମ୍ ସ୍ବାପ୍ ହୋଇପାରିବ । ଉପଭୋକ୍ତା ୯୦ ଦିନ ଭିତରେ ସିମ୍ ପୋର୍ଟ କରାଇବାର ଆବେଦନ କରିପାରିବେନି । ଏହାର ଅର୍ଥ ଥରେ ସିମ୍ ପୋର୍ଟ କରିବାର ସର୍ବନିମ୍ନ ୯୦ ଦିନ ପରେ ହିଁ ସେମାନେ ପୁଣି ଏହାକୁ ପୋର୍ଟ କରିପାରିବେ ।

ଦେଖନ୍ତୁ ଛାତି ଥରା ଭିଡିଓ ; ଝରଣାର ପ୍ରଖର ଜଳ ସ୍ରୋତରେ ଭାସିଗଲେ ପୁରା ପରିବାର..

ପୂର୍ବରୁ କୌଣସି ଅପରେଟର ପାଖରେ ଯଦି ଆପଣ ସିମ୍ କାର୍ଡ ପୋର୍ଟ କରାଇବାକୁ ଅନୁରୋଧ କରିଛନ୍ତି ତେବେ ଆପଣ ଦ୍ବିତୀୟ କାହା ପାଖରେ ଆବେଦନ କରିପାରିବେନାହିଁ । ଯଦି ଆପଣ ସିମ୍ ଅପଗ୍ରେଡ୍ କରାଇବା ପାଇଁ ସିମ୍ ସ୍ବାପ୍ କରାଇଛନ୍ତି ତେବେ ଆପଣଙ୍କୁ ନମ୍ବର ପୋର୍ଟ କରାଇବା ପାଇଁ ୭ ଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବନି । କର୍ପୋରେଟ୍ ନମ୍ବର ବ୍ୟବହାର କରୁଥିବା ଉପଭୋକ୍ତା ଏମଏନପି ପାଇଁ ଆବେଦନ ଜରିକରିପାରିବେନି । ଏହା ବ୍ୟତୀତ ଯଦି ଆପଣଙ୍କ ନମ୍ବରରେ କୌଣସି ବିଲ୍ ବକେୟା ଅଛି ତେବେ ଆପଣଙ୍କ ନମ୍ବର ପୋର୍ଟ ହେବନି ।

ନଖର ଏହି ଲକ୍ଷଣ ଦିଏ କୋଲେଷ୍ଟେରୋଲ୍ ବୃଦ୍ଧିର ସଙ୍କେତ..

Comments are closed.