ଦେଖନ୍ତୁ ଛାତି ଥରା ଭିଡିଓ ; ଝରଣାର ପ୍ରଖର ଜଳ ସ୍ରୋତରେ ଭାସିଗଲେ ପୁରା ପରିବାର..

ମୁମ୍ବଇ : ଦେଶର ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳ ଲୋନାବଲାରେ ପରିବାରର ୭ ସଦସ୍ୟ ମାନେ କିଛି ହସଖୁସି ସମୟ ଅତିବାହିତ କରିବା ପାଇଁ ଝରଣା ନିକଟକୁ ଯାଇ ଆଉ ଫେରିପାରିଲେ ନାହିଁ। ହଠାତ୍ ପ୍ରବଳ ସ୍ରୋତ ଆସି ଏଥିରେ ସାରା ପରିବାର ଭାସି ଯାଇଥିଲେ। ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଯାହାକୁ ଦେଖି ଛାତି ଥରି ଉଠିବ। ଭିଡିଓରେ ଦେଖିପାରିବେ ଝରଣା ମଧ୍ୟରେ ପରସ୍ପରକୁ ଧରି ଜଣେ ବ୍ୟକ୍ତି, ମହିଳା ଓ ଛୁଆମାନେ ପାଣିର ପ୍ରଖର ସ୍ରୋତରେ ଭାସି ଯାଇଛନ୍ତି। ସେମାନଙ୍କ ମଧ୍ୟରୁ କେବଳ ୨ ଜଣ ପହଁରି ଆସି ପାରିଥିଲେ। ପରିବାରର ସାତ ଜଣ ମୁମ୍ବଇ ଠାରୁ କେବଳ ୮୦ କିମି ଦୂର ହିଲ୍ ଷ୍ଟେସନରେ ଛୁଟି କଟାଇବାକୁ ଯାଇଥିଲେ। ଏଯାଏଁ ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟମାନଙ୍କୁ ଖୋଜାଖୋଜି ଜାରି ରହିଛି।


ମୌସୁମୀ ସମୟରେ ଏସବୁ ପାହାଡିଆ ଅଞ୍ଚଳକୁ ଆସୁଥିବା ହଜାର ହଜାର ପର୍ଯ୍ୟଟକ ରବିବାର ଅପରାହ୍ଣରେ ଭୁସି ଡ୍ୟାମ ପଛପଟ ଜଳପ୍ରପାତ ନିକଟରେ ପିକନିକ୍ କରିବାକୁ ଆସିଥିଲେ। ସକାଳୁ ପ୍ରବଳ ବର୍ଷା ହେତୁ ଡ୍ୟାମରେ ପାଣିର ପ୍ରଖର ସ୍ରୋତ ଥିଲା। ଫଳରେ ଜଳପ୍ରପାତରେ ହଠାତ୍ ଜଳସ୍ତର ବୃଦ୍ଧି ପାଇଥିଲା।

ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ଦେଖାଯାଉଛି ପରିବାରର ସଦସ୍ୟଙ୍କ ଶେଷ ଛାତିଥରା ଦୃଶ୍ୟ ଝରଣାରେ ପ୍ରଖର ଜଳ ସ୍ରୋତରେ ଏକ ପଥର ଉପରେ ପରସ୍ପରକୁ ଜାବୁଡି ଧରିଛନ୍ତି। ଆଶାରେ ଥିଲେ କିଭଳି କୂଳକୁ ପୁଣି ଫେରି ଆସିବେ। ମାତ୍ର ପାଣିର ପ୍ରଖର ସ୍ରୋତରେ ସଭିଏଁ ଭାସି ଯାଇଥିଲେ। ସାହାଯ୍ୟ ପାଇଁ ଚିତ୍କାର କରୁଥିଲେ। ମାତ୍ର ସେହି ସମୟରେ କିଛି ସମ୍ଭବ ହୋଇନଥିଲା। ଅନ୍ୟ ପର୍ଯ୍ୟଟକ ମାନେ ମଧ୍ୟ ସେଠାରେ ଏକାଠି ହୋଇଥିଲେ। ମାତ୍ର ପାଣିର ପ୍ରଖର ସ୍ରୋତକୁ ଡେଇଁ କେହି ମଧ୍ୟ ସେମାନଙ୍କୁ ବଞ୍ଚାଇବା ପାଇଁ ସାହସ କରି ପାରିନଥିଲେ। ଏହି ଘଟଣା ମଧ୍ୟାହ୍ନ ୧୨ଟାରେ ଘଟିଥିଲା। ଘଟଣା ପରେ ସ୍ଥାନୀୟ ଲୋକେ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଜୀବିତଙ୍କୁ ଉଦ୍ଧାର କରିବା ସହ ନିଖୋଜଙ୍କୁ ଖୋଜାଖୋଜି ଆରମ୍ଭ କରିଥିଲେ।

ନଖର ଏହି ଲକ୍ଷଣ ଦିଏ କୋଲେଷ୍ଟେରୋଲ୍ ବୃଦ୍ଧିର ସଙ୍କେତ..

 

Comments are closed.