ରୁପା ଛାଉଣୀ ହେବ ସିଂହଦ୍ୱାର, ମରାମତି ହେବ ମହାପ୍ରଭୁଙ୍କ ରତ୍ନ ପଲଙ୍କ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସିଂହଦ୍ୱାର ରୁପା ଛାଉଣୀ କରାଯିବ ମରାମତି ହେବ । ଏଥିସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନ ପଲଙ୍କ ବୋଲି ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି। ଉଭୟ କାର୍ଯ୍ୟ ରଥଯାତ୍ରା ଅବଧି ମଧ୍ୟରେ ସାରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି ବୋଲି ସେ କହିଛନ୍ତି। ସିଂହଦ୍ବାର ରୂପା ଛାଉଣୀ ପାଇଁ ଦାତାମାନେ ରୁପା ଦାନ କରିବେ। ରୂପା ଛାଉଣି ପାଇଁ ଆବଶ୍ୟକ ରୂପା ଦାତା ଯୋଗାଇଦେବେ। କେତେ ରୂପା ଲାଗିବ ଜଣାଇଲା ପରେ ଦାତାମାନେ ସେହି ପରିମାଣର ରୂପା ଯୋଗାଇ ଦେବେ। ସେ ସମୟରେ ଉତ୍ତର ଦ୍ବାର ଦେଇ ପ୍ରବେଶ ବ୍ୟବସ୍ଥା ହେବ ବୋଲି ସେ ପ୍ରକାଶ କରିଛନ୍ତି।

ଅସ୍ଥାୟୀ ସିଂହଦ୍ବାର ନିର୍ମାଣର ଢାଞ୍ଚା, ନିର୍ମାଣ ଶୈଳୀ ଓ ଡିଜାଇନ୍ ସିଂହଦ୍ବାର ଭଳି ଅକ୍ଷୁର୍ଣ୍ଣ ରଖାଯିବ। ସେହିପରି ମହାପ୍ରଭୁଙ୍କ ରତ୍ନ ପଲଙ୍କର ଆଉ ଏକ ନୂତନ ସେଟ୍ ନିର୍ମାଣ ହେବା ସହ ପୁରୁଣା ରତ୍ନ ପଲଙ୍କର ଆବଶ୍ୟକ ମରାମତି କରାଯିବ। ପୁରୁଣା ରତ୍ନ ପଲଙ୍କ ପରି ନୂତନ ରତ୍ନ ପଲଙ୍କର ଓଜନ ସମାନ ରହିବ। ରତ୍ନ ପଲଙ୍କ ହାତୀ ଦାନ୍ତ ସଂଯୋଗ ହୋଇଥିବାରୁ ନୂଆ ହାତୀ ଦାନ୍ତ ପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯିବ। ନୂଆ ହାତୀଦାନ୍ତ ନମିଳିଲେ ପୁରୁଣା ହାତୀ ଦାନ୍ତରେ ରତ୍ନ ପଲଙ୍କ ତିଆରି କରାଯିବ।

Comments are closed.