କାଣ୍ଡପାଲି ଓ ସିଂହପାଲିରେ କ୍ଲଷ୍ଟର ସ୍ତରୀୟ ଶିକ୍ଷକ ପର୍ବ
ରେଙ୍ଗାଲିକ୍ୟାମ୍ପ : ଅତାବିରା ଏନ୍ ଏ ସି ଅଧିନସ୍ଥ କାଣ୍ଡପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ସିଆରସିସି ନୃପ ଭୋଇଙ୍କ ଅଧ୍ୟକ୍ଷତାରେ କ୍ଲଷ୍ଟର ସ୍ତରୀୟ ଶିକ୍ଷକ ପର୍ବ ଅନୁଷ୍ଠିତ ହୋଇ ଯାଇଛି। ପ୍ରଧାନ ଶିକ୍ଷୟିତ୍ରୀ ପୁଷ୍ପ ମଞ୍ଜରୀ ଦେହୁରି ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଶିକ୍ଷକ ରମାକାନ୍ତ ପ୍ରଧାନ ପଞ୍ଚମ ଶ୍ରେଣୀ ଗଣିତର ଏକ ବିଷୟକୁ ନେଇ ନମୁନା ଶିକ୍ଷାଦାନ କରିଥିଲେ। ଏହା ଉପରେ ଉପସ୍ଥିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନେ ନିଜ ନିଜର ମତ ରଖିଥିଲେ । ଶ୍ରେଣୀ ଶିକ୍ଷାଦାନ କିପରି ଆହୁରି ଆକର୍ଷଣୀୟ ହୋଇପାରିବ ସେ ଉପରେ ଆଲୋଚନା ହୋଇଥିଲା। ଅତାବିରା ବ୍ଲକ ଶିକ୍ଷା ଅଧିକାରୀ ତପନ ଦାଶ, ବ୍ଲକ ଶିକ୍ଷା କମିଟିର ସଭ୍ୟ, ଲାଦେରପାଲି ବନ୍ଧପଡ଼ା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଶିକ୍ଷା କମିଟିର ସଦସ୍ୟ ଡାକ୍ତର ବିଶି, କମିଟି ସଦସ୍ୟ ଲକ୍ଷ୍ମଣ ଭୋଇ ଏହାକୁ ନିରୀକ୍ଷଣ କରି ଥିଲେ । ଠିକ୍ ସେହିପରି ସିଂହପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ କ୍ଲଷ୍ଟର ସ୍ତରୀୟ ଶିକ୍ଷା ପର୍ବ ସି ଆର୍ ସି ସି କୁତାର୍ଥ ଚନ୍ଦ୍ର ଭୁଏଙ୍କ ଅଧ୍ୟକ୍ଷତା କ୍ରମେ ଅନୁଷ୍ଠିତ ହୋଇଯାଇଛି । ଏହି ଏହି ଅବସରରେ ଶିକ୍ଷୟିତ୍ରୀ ମଧୁସ୍ମିତା ସାହୁ ଏକ ଶିକ୍ଷା କାର୍ଯ୍ୟ ପ୍ରସ୍ତୁତ କରି ଉପସ୍ଥାପନ କରିଥିଲେ। ଯାହା ଉଚ୍ଚ ପ୍ରଶଂସିତ ହୋଇଥିଲା। ଏହି ଶିକ୍ଷକ ପର୍ବରେ କ୍ଲଷ୍ଟରର ଆଠଜଣ ପ୍ରଧାନ ଶିକ୍ଷକ ଓ ଜଣେ ସହକାରୀ ଶିକ୍ଷକ ଯୋଗ ଦେଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ମଲ୍ଲିକ ଏହି ପର୍ବର ଆଭିମୁଖ୍ୟ ପ୍ରଦାନ କରିଥିଲେ । ଶେଷରେ ଶିକ୍ଷକ ଲଳିତ ଭୂଏ ଧନ୍ୟବାଦ ଅର୍ପଣ କରିଥିଲେ ।
Comments are closed.